ବିଧାୟକ ଓ ଅଧିକାରୀଙ୍କ ମିଳିତ ପଞ୍ଚାୟତ ସମିତି ସ୍ତରୀୟ ସମୀକ୍ଷା ବୈଠକ
ବଡ଼ଚଣା : ବଡଚଣା ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସମିତି ସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ବିଧାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ। ଚଣ୍ଡିଖୋଲ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବଡଚଣା ପଞ୍ଚାୟତ ସମିତି ସ୍ତରୀୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା ବୈଠକରେ ବିଧାୟକ ଅମର କୁମାର ନାୟକ ଯୋଗଦେଇ ୧୬,୧୭ ନମ୍ବର ଜିଲ୍ଲାପରିଷଦ ଜୋନର ସମସ୍ତ ଗ୍ରାମ ପଞ୍ଚାୟତ ସମସ୍ୟା ଉପରେ ଆଲୋଚନା ହୋଇଥିଲା।ଏହି ବୈଠକରେ ବଡଚଣା ମଣ୍ଡଳ ଉନ୍ନୟନ ଅଧିକାରୀ ସଭାପତିତ୍ବ କରିଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଦୋରା,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଦର୍ପଣ ତହସିଲର ମାନସ କୁମାର ତ୍ରିପାଠୀ,ଚଣ୍ଡିଖୋଲ ଜଳସେଚନ ବିଭାଗ ଉପଖଣ୍ଡ ସହକକରୀ ନିର୍ବାହୀ ଯନ୍ତ୍ରୀ ଭାଗବତ ବେହେରା,ଡ୍ରେନେଜ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞନ କୁମାର ସେଠୀ,ଗ୍ରାମ୍ୟଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀ ତରାଇ ,ଜଙ୍ଗଲ ବିଭାଗ ,ପାନୀୟଜଳ ଓ ପରିମଳ ବିଭାଗ ସହ ଅନ୍ୟ ସମସ୍ତ ବିଭାଗ ଅଧିକାରୀ ଯୋଗଦେଇ ଆଲୋକପାତ କରିଥିଲେ।ଏଥିରେ ବ୍ଲକ ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲାପରିଷଦ ସଭ୍ଯ ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ, ସରପଞ୍ଚ ରଞନ କୁମାର ଦାଶ, ବିଶ୍ୱବିଜୟୀ ବ୍ରହ୍ମ, ବେଣୁଧର ବିଶ୍ୱାଳ, ସମୀର ରାଉତ, ନବଦ୍ୱିପ ନାୟକ, ଯଯାତି କେଶରୀ ରାଉତ, ନମିତା ରାଉତଙ୍କ ସହ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯ, ସଭ୍ଯା ଯୋଗଦେଇଥିଲେ।
