ଯୁଗ୍ମ ଅଭିଯୋଗ ଶୁଣାଣି

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ରହି ବ୍ଲକରେ ଥିବା ତେରଟି ପଞ୍ଚାୟତ ବାସୀଙ୍କ ବିଭିନ୍ନ ପ୍ରକାରର ୭୪ ଅଭିଯୋଗର ଶୁଣାଣି କରି ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଥିଲେ।ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଉପ ଜିଲ୍ଲାପାଳ ବେଣୁଧର ଶବର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନବ୍ରୋତା ଶତପଥୀ, ସିଡିଏମଓ ବରଦା କାନ୍ତ ମିଶ୍ର,ତହସିଲଦାର ନୈବେଦ୍ୟ ଭୋଇ,ଏ.ଇ ଏମ ପବନ କୁମାର୍,ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା ଓ ଉପାଧ୍ୟକ୍ଷା ଆରତୀ କୁଲଦୀପ ଉପସ୍ଥିତ ଥିଲେ।ଏଥିରେ ବ୍ଲକରେ ଥିବା ସମସ୍ତ ସରକାରୀ,ବେସରକାରୀ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ ସମସ୍ତ ଲୋକ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଜିପିଓ ସୁଧୀର ବେହେରା ପରିଚାଳନା କରିଥିବା ବେଳେ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ଯନ୍ତ୍ରୀ,ଗ୍ରାମ ରୋଜଗାର ସେବକ,ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହି ସହୋଯୋଗ କରିଥିଲେ।ଶାନ୍ତି ଶୃଙ୍ଖଳା ପାଇଁ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ,ଏଏସଆଇ ରମେଶ କିନ୍ତାଲିଙ୍କ ସମେତ ପୋଲିସ କର୍ମୀ ନିୟୋଜିତ ହୋଇ ଥିଲେ।ଶେଷରେ ଏସବୀଆଇ ବ୍ୟାଙ୍କ ତରଫରୁ ୭ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ କୁ ୩୬,୫୦୦୦ ଲକ୍ଷ୍ୟ ଓ ଇଣ୍ଡିଆନ ଓଭର ସିଜ ବ୍ୟାଙ୍କ ତରଫରୁ ୫ଟି ଗୃପ କୁ ୩୦ ଲକ୍ଷ ଟଙ୍କାର ଲୋନ ପ୍ରଦାନ କରାଯାଇଥିଲା।

ଲଷ୍ମୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର live

Leave a Reply

Your email address will not be published. Required fields are marked *