ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ

ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ

ଭଦ୍ରକ: ୦୧.୧୨.୨୦୨୫

ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ସଦଭାବନା ସଭାଗୃହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଅଛି ।

 ଜିଲ୍ଲାପାଳ ଦିଲିପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଶୁଭେନ୍ଦ୍ର ସାମଲ,ଅତିରିକ୍ତ ଆରକ୍ଷୀ ଅଧ୍ୟୀକ୍ଷକ ¬¬ସମ୍ବିତ୍ କୁମାର ମାଝୀ,  ଡେପୁଟି କଲେକ୍ଟର ଜ୍ଞାନ ରଞ୍ଜନ ଦାସ, ଡାକ୍ତର ସଂଗୀତା ବଳ ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଆଜିର ଜନଶୁଣାଣୀ ଶିବିରରେ ମୋଟ ୧୭୬ ଆବେଦନ ପତ୍ର ଦାଖଲ ହୋଇଥିଲା । ସେଥିରୁ ୧୪୧ଟି ବ୍ୟକ୍ତିଗତ ଥିଲାବେଳେ, ୩୫ ଟି ସାମୁହିକ ଥିଲା। 




 ୩୦ ଟି ର ସମାଧାନ ତତକ୍ଷଣାତ୍ ହୋଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ୍  ପାଣ୍ଠି ରୁ  ୮ ଜଣଙ୍କୁ ଓ ରେଡକ୍ରସ ରୁ ୧୦ ଜଣଙ୍କୁ ମୋଟ ୧,୩୭,୫୦୦/- ଟଙ୍କା ପ୍ରଦାନ କରାଯାଇଥିଲା। ଆଜିର ଜନଶୁଣାଣୀ ରେ ମୁଖ୍ୟତଃ ଚାଷୀ ପଞ୍ଜୀକରଣ, ମଧୁବାବୁ ପେନସନ, ପି.ଏମ ଆବାସ ଯୋଜନା ରେ ଗୃହ ବଣ୍ଟନ, ଜମିଜମା ସଂପର୍କିତ, ସରକାରୀ ଜମିରେ ବସବାସ କରୁଥିବା ଲୋକଙ୍କୁ ଉଚ୍ଛେଦ ବଦଳରେ ଜମି/ଗୃହ ଆବଣ୍ଟନ ଅଭିଯୋଗ ସହିତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦରଖାସ୍ତ ହସ୍ତଗତ ହୋଇଥିଲା ।

Leave a Reply

Your email address will not be published. Required fields are marked *