କଲ୍ୟାଣସିଂପୁର ବ୍ଲକ ସଦର ମହକୁମାଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

l ରାୟଗଡ-୨୪/୩-ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ନବୀନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଆରକ୍ଷୀ ଅଧିକାରୀ ସ୍ୱାତୀ ଏସ କୁମାର, ସିଡ଼ିଓ ଅକ୍ଷୟ କୁମାର ଖେମୁଣ୍ଡୁ,ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଡେପୁଟି କଲେକଟର, ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ଅତିରକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ମମତା ସାହୁ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ lମୋଟ୪୯ଟି ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୨୭ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୨୨ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ବିଶେଷ କରି ସ୍ବାସ୍ଥ୍ୟଗତ ସମସ୍ୟା, ଜମିଜମା, ପାରିବାରିକ ସମସ୍ୟା , ଜଳସେଚନ, ଭତ୍ତା, ରାସ୍ତା ନିର୍ମାଣ, ପୋଲ ନିର୍ମାଣ ଓ ବିଦ୍ୟୁତ ଯୋଗାଣ, ପିଡ଼ିଏସ ଯୋଗାଣ ଆଦି ସହ ଅନ୍ୟାନ୍ୟ ସମସ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଫଇସଲା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶିବିରରେ ତହସିଲଦାର,କଲ୍ୟାଣ ସିଂପୁର, ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।ଅଭିଯୋଗ ଶୁଣାଣି ଶିବିରକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମନୀଷା ଦାସ,ସହକାରୀ ଜିଲ୍ଲାପାଳ (ଗ୍ରୀଭାନ୍ସ) ସସ୍ମିତା ପଟ୍ଟନାୟକ ପରିଚାଳନା କରିଥିଲେ ।

ରିପୋର୍ଟ-ନୃସିଂହ ଚରଣ ବାରିକ

Leave a Reply

Your email address will not be published. Required fields are marked *