ଭଦ୍ରକର ତୋଡଗାଂ ଗ୍ରାମ ପଂଚାୟତ କାର୍ଯ୍ୟ।ଳୟରେ ମିଳିତ ଜନ ଶୁଣାଣି
ଭଦ୍ରକ, ତା–୧୩/୦୪/୨୦୨୬: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ତୋଡଗାଂ ଗ୍ରାମ ପଂଚାୟତ କାର୍ଯ୍ୟ।ଳୟ ଠାରେ ଆଜି ଯୁକ୍ତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ମୋଟ ୮୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୫୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୨୯ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଓ ରେଡ କ୍ରଶ ଅଧିନସ୍ଥ ୫ଟି ଅଭିଯୋଗ ରହିଥିଲା।

ଶୁଣାଣି ସମୟରେ ୨୩ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିଲା। ଜିଲ୍ଲା ରେଡକ୍ରସ୍ ନିଧି ମାଧ୍ୟମରେ ୫ ଜଣ ଅଭିଯୋଗକାରୀଙ୍କୁ ମୋଟ ୧୫,୦୦୦/- ଟଙ୍କା ମଞ୍ଜୁର କରାଯାଇଛି।ଏହି ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଉପସ୍ଥିତ ଥିବାବେଳେ ଜିଲ୍ଲା ଆରକ୍ଷି ଅଧିକ୍ଷକ , ମୁଖ ଉନ୍ନୟନ ଅଧିକାରୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ଉପ ଜିଲ୍ଲାପାଳ ଉପସ୍ଥିତ ଥିଲେ।
