ଦୁର୍ନୀତିକୁ ଅଭିଯୋଗ କଲେ ସାମ୍ବାଦିକଙ୍କୁ ମିଳୁଛି ଧମକ ।
ବିଡିଓଙ୍କୁ ଭେଟିଲେ ଭଏସ୍ ଆଫ ମିଡିଆ ସଂଘର ପ୍ରତିନିଧିଦଳ ହିଞ୍ଜିଳିକାଟୁ ୬/୦୪ /୨୬ ; ବନୀକରଣ ପାଇଁ ଆସୁଥିବା ରାଜସ୍ବକୁ ହରିଲୁଟ ହୋଇଥିବା ଅଭିଯୋଗ ବେଳେ ଶେରଗଡ଼ ଅଞ୍ଚଳର ଜୈନିକ ସାମ୍ବାଦିକଙ୍କୁ ଧମକ ମିଳିଛି । ସାଧାରଣତଃ ସରକାରୀ ଅର୍ଥ ମଞ୍ଜୁର କେବଳ ସର୍ବସାଧାରଣଙ୍କ ଉଦ୍ଦେଶ୍ୟ ନେଇ କରାଯାଇଛି । ଆର୍ଥିକ ମଞ୍ଜୁର ବିବରଣୀ ଅନୁସାରେ ମୋଟ ସାମଗ୍ରୀ ଓ ମୋଟ କାର୍ଯ୍ୟକଳାପ ମୂଲ୍ୟ ଉପରେ ଜନତାଙ୍କ ଉଦ୍ଦେଶ୍ୟ ନେଇ ପ୍ରଦର୍ଶନ ଫଳକରେ ଉଲ୍ଲେଖ ରହିଥାଏ । ତେଣୁ ଫଳକରେ ଉଲ୍ଲେଖ ଥିବା ଏବଂ କାର୍ଯ୍ୟକାରୀ ହେଉଥିବା ଭିତରେ ଯାହା ଫରକ ଦେଖାଯାଏ ତାହା ବାଟମାରଣା କିମ୍ବା ହରିଲୁଟ ବୋଲି ସାଧାରଣଜନତା କୁହନ୍ତି । ସାଧାରଣ ନାଗରିକଙ୍କ ପାଇଁ ବିଭାଗୀୟ ଅଧିକାରୀମାନେ ଯାହା ସୁଚନାଫଳକରେ ଉଲ୍ଲେଖ କରିଛନ୍ତି କିମ୍ବା କରାଯାଇଛି ଯଦି ସେଠାରେ ସେହି କାର୍ଯ୍ୟ ହୋଇନଥାଏ ତେବେ କୌଣସି ସୁତ୍ରରୁ ଖବରପାଇ ଗଣମାଧ୍ୟମ ପ୍ରତିନିଧିଟି ସରକାରଙ୍କ ନଜରରେ ଆଣିବା ପାଇଁ ଖବରପ୍ରସାରଣ କରିଥାଏ । ଯାହା ଫଳରେ ଉଭୟ ସରକାରଙ୍କ ନଜରରେ ଆଣିବାର ପ୍ରତିବଦଳରେ ସାମ୍ବାଦିକଙ୍କୁ ମିଳୁଛି ଧମକ । ଖବରମୁତାବକ କାର୍ଯ୍ୟର ନାମ ମା ପାଇଁ ଗଛଟିଏ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବ୍ଯାପକ ହରିଲୁଟ ନେଇ ୪/୦୪/୨୬ ତାରିଖରେ ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଯାଞ୍ଚ କରିବା ପାଇଁ ଅଭିଯୋଗ ହୋଇଥିଲା । ଏଥିପୂର୍ବରୁ ଶେରଗଡ ଗ୍ରାମ ପଞ୍ଚାୟତରେ ଗୋଟିଏ ସ୍ଥାନରେ ଏକ ପେଡ୍ ମା କେ ନାମ ରେ ପ୍ରାୟ ୧୦ଟି ଗୋଟି ଗଛ ଲଗାଇ ରାଜସ୍ବ ଲୁଟ ହୋଇଥିବା ସମ୍ଭାବନାରେ ପ୍ରଥମେ ସ୍ଥାନୀୟ ବିଡ଼ିଓଙ୍କୁ ଅଭିଯୋଗ କରାଯାଇଛି । ଭଏସ ଆଫ ମିଡିଆ ସଂଘର ସଦସ୍ୟ ସାମ୍ବାଦିକ ଗୌରହରି ସାବତଙ୍କ ହସ୍ତଗତ ହୋଇଥିବା ପ୍ରମାଣ ପତ୍ରକୁ ଭିତ୍ତିରେ ଦୁର୍ନୀତି ସମ୍ପର୍କରେ ଜନ ଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ପଣ୍ଡାଙ୍କୁ ସୁଚନା ଆମ ସଂଘର ସଦସ୍ୟ ଗୌରହରି ସାବତ କିଛି ସାମ୍ବାଦିକଙ୍କ ଉପସ୍ଥିତରେ ତଦନ୍ତ କରିବା ପାଇଁ ଅବଗତ କରାଇଥିଲେ । କିନ୍ତୁ ଉକ୍ତ ଦିନ ସନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ଜୈନିକ ବ୍ଯକ୍ତି ସାମ୍ବାଦିକ ଗୌରହରି ସାବତଙ୍କୁ ଅସଭ୍ଯ ଭାଷାରେ ଫୋନରେ ଧମକ ସହ ନିକଟସ୍ଥ ଦୋକାନ ସମ୍ମୁଖରେ ଶେରଗଡ଼ ବିଡ଼ିଓଙ୍କ ପାଖକୁ ଉଠାଇନେବା ପାଇଁ ଧମକ ଦେବା ସହ କଥା କଟାକଟି ଭଦ୍ରବ୍ୟକ୍ତି ଜଣଙ୍କ ଦେଇଥିଲେ । ଫଳରେ ପାଖରେ ଥିବା କିଛି ବ୍ଯକ୍ତି ଏହି କଥାକୁ ନିନ୍ଦା କରିଛନ୍ତି । ଭଏସ୍ ଆଫ ମିଡିଆର ସଂଘ ହିଞ୍ଜିଳିକାଟୁ ତରଫରୁ ନିନ୍ଦା କରିବା ସହ ୬/୦୪/୨୬ ତାରିଖ ଦିନ ଶେରଗଡ଼ ବିଡିଓଙ୍କୁ ଭଏସ୍ ଆଫ ମିଡିଆ ସଂଘର ଏକ ପ୍ରତିନିଧି ଦଳ ବିଡିଓଙ୍କୁ ଭେଟିଥିଲେ । ଯଦି ସର୍ବସାଧାରଣଙ୍କ ବ୍ୟବହାର କରିବା ଓ ରାଜସ୍ବ ଲୁଟ ହେବାର ଅଭିଯୋଗ କଲେ ସାମ୍ବାଦିକଙ୍କୁ ଧମକ ଚମକ ଦିଆଯାଏ ତେବେ ଏଠାରେ ପ୍ରଶ୍ନ ଉଠେ ସାଧାରଣଜନତା କେତେ ସୁରକ୍ଷିତ । ଉକ୍ତ ଘଟଣା ସମ୍ପର୍କରେ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ଗୋପବନ୍ଧୁ ପ୍ରେସକ୍ଳବ ହିଞ୍ଜିଳିକାଟୁର ସଭାପତି ରଂଜିତ କୁମାର ପୋଲାଇ , ଉପସଭାପତି ରାମକୃଷ୍ଣ ପାଣି , ସମ୍ପାଦକ ରଘୁନାଥ ଆଚାର୍ଯ୍ୟ ,ସହ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟ , ଉପଦେଷ୍ଟା ଦିଲ୍ଲୀପ କୁମାର ତ୍ରିପାଠୀ , କାର୍ଯ୍ଯନିର୍ବାହୀ ସଦସ୍ୟ ପିତବାସ ପ୍ରଧାନ ଓ ବାପୁନି ସେଠି ଦୁର୍ନୀତି ସମ୍ପର୍କରେ ଶେରଗଡ଼ ବିଡିଓଙ୍କ ସହିତ ଆଲୋଚନା କରି ଉଚ୍ଚ ସ୍ତରୀୟ ତଦନ୍ତ ନେଇ ଲିଖିତ ଭାବେ ଜଣାଇବା ପାଇଁ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।
