ସାମ୍ବାଦିକଙ୍କ ମାତୃ ବିୟୋଗ

ବ୍ରହ୍ମପୁର:- ବ୍ରହ୍ମପୁର ସାମ୍ବାଦିକ ପିଣ୍ଟୁ ବେହେରାଙ୍କ ମା’ ପୁଷ୍ପାଞ୍ଜଳି ବେହେରାଙ୍କ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ହେବ ପକ୍ଷାଗାତ ଜନିତ ରୋଗରେ ପିଡ଼ିତ ଥିଲେ। ବିଭିନ୍ନ ସମୟରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଭୋରୁ ଲାଞ୍ଜିପଲ୍ଲୀ କେଶବ ନଗର ସ୍ଥିତ ବାସ ଭବନରେ ସେ ଇହଲିଳା ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଛି। ସେ ଜଣେ ଧର୍ମପରାୟଣା, ମିଷ୍ଠାଭାସୀ ଓ ମେଳାପୀ ବ୍ୟକ୍ତିତ୍ବ ଥିଲେ। ସମସ୍ତଙ୍କୁ ସ୍ନେହରେ ଆଦରି ନେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡପୁଅ ରିଙ୍କୁ ବେହେରା, ସାନପୁଅ ପିଣ୍ଟୁ ବେହେରା, ଝିଅ ସୋନାଲି ବେହେରା ସମେତ ଜ୍ବାଇଁ, ବୋହୁ, ନାତୀ ନାତୁଣୀ ସମସ୍ତ ସମ୍ପର୍କୀୟ ଉପସ୍ଥିତ ଥିଲେ। ଲାଞ୍ଜିପଲ୍ଲୀ ସ୍ଥିତ ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ସ୍ଵାର୍ଗତ ବେହେରାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ବହୁ ସାମ୍ବାଦିକ ଓ ବ୍ୟକ୍ତି ବିଶେଷ ଶେଷଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *