ଖବର ସଂଗ୍ରହ ବେଳେ ମେଡ଼ିକାଲ ମୁଖ୍ୟ କତ୍ତୃପକ୍ଷଙ୍କର ସାମ୍ବାଦିକମାନଙ୍କୁ ଅସଦାଚରଣ ଓ ଧମକ

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଏକ ନୂତନ ଗୃହ କାର୍ଯ୍ୟରେ ଦୁର୍ନୀତି ହେଉଥିବା ଖବର ସ୍ଥାନୀୟ ଲୋକମାନଙ୍କ ଖବର ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ର କର୍ଯ୍ୟରତ ସାମ୍ବାଦିକ ମାନେ ଉକ୍ତ ସ୍ଥାନ କୁ ଯାଇ କାର୍ଯ୍ୟ ଦେଖିବା ସହିତ,ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ପ୍ରତିକ୍ରିୟା ଖୋଜିଥିଲେ କିନ୍ତୁ ସେହି ସ୍ଥାନରେ କୌଣସି ବିଭାଗୀୟ ଅଧିକାରୀ ଓ ଠିକାଦାର ଉପସ୍ଥିତ ନ ଥିଲେ.ତେବେ ସବୁଠାରୁ ବଡ଼ ଦୁଃଖ ର ବିଷୟ ସେହି ସ୍ଥାନରେ ହେଉଥିବା କାର୍ଯ୍ୟରେ ବହୁତ ଦୁର୍ନୀତି ହେଉଛି. ପରେ ସାମ୍ବାଦିକ ମାନେ ମେଡ଼ିକାଲ ସୁପରିଟେଣ୍ଡେଣ୍ଟ କମଳାକାନ୍ତ ସ୍ବାଇଁଙ୍କ ପାଖରୁ ପ୍ରତିକ୍ରିୟା ଆଣିବାକୁ ଯଥାବିଧି ମୁତାବକ ତାଙ୍କ ଅଫିସ କାର୍ଯରତ କର୍ମଚାରୀ ଙ୍କ ଜରିଆରେ ବାର୍ତା ଦେଇ, ତାଙ୍କ ଅନୁମତି କ୍ରମେ ତାଙ୍କ ସହିତ ଉକ୍ତ ଦୁର୍ନୀତି ବିଷୟରେ ଆଲୋଚନା କରି ତାଙ୍କର ପ୍ରତିକ୍ରିୟା ମାଗିଥିଲେ. କିନ୍ତୁ କମଳାକାନ୍ତ ସ୍ବାଇଁ ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟା ନ ଦେଇ ଉତ୍ତ୍ୟକ୍ତ ହୋଇ ନିଜ ଚେୟାର ଉଠିପଡ଼ି ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିବା ସହିତ କୋଭିଡ ନିୟମ କୁ ଉଲଂଘନ କରୁଛ କହି ସାମ୍ବାଦିକ ମାନଙ୍କୁ ପୋଲିସର ଧମକ ଦେଇଥିଲେ ଓ ସାମ୍ବାଦିକ ମାନଙ୍କୁ ବହୁ ପ୍ରକାର ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିଲେ ଏବଂ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି.ଦୁର୍ନୀତି କୁ ବିରୋଧ କରୁଥିବାରୁ ଆମ ଦେଶର ଗଣମାଧ୍ୟମ କୁ ଚତୁର୍ଥ ସ୍ତମ୍ଭର ମାନ୍ୟତା ଦେଆ ଯାଇଥିବା ବେଳେ ମେଡିକାଲର ମୁଖ୍ୟ କତ୍ତୃପକ୍ଷ କମଳାକାନ୍ତ ସ୍ବାଇଁ ଙ୍କ ଏପରି ଆଚରଣକୁ ସାମ୍ବାଦିକ ମାନେ ଘୋର ନିନ୍ଦା କରିବା ସହିତ ଏହି ଘଟଣା ପାଇଁ ଭଣ୍ଡାରିପୋଖରୀ ର କର୍ଯ୍ୟରତ ସାମ୍ବାଦିକମାନେ ଭଣ୍ଡାରିପୋଖରୀ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *