ସାମ୍ବାଦିକଙ୍କ ପିତୃ ବିୟୋଗ
ଜଗତସିଂହପୁର ୨୧/୮ ଜଗତସିଂହପୁର ଅଧିନସ୍ଥ ପଳାଶୋଳ ପଞ୍ଚାୟତ ଡିଙ୍ଗେଶ୍ଵର ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ଦେବେନ୍ଦ୍ର ନାଥ ମହାନ୍ତିଙ୍କ (୮୮) ଙ୍କର ଆଜି ମଧ୍ୟାହ୍ନରେ ପରଲୋକ ହୋଇଯାଇଛନ୍ତି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ସ୍ୱର୍ଗତ ମହାନ୍ତି ଜଣେ ସ୍ନେହୀ, ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ପଳାଶୋଳ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ଶେଷ ସମୟରେ ପୁଅ ସାମ୍ବାଦିକ ଅକ୍ଷୟ ମହାନ୍ତି, ବୋହୁ ସଂଧ୍ୟାରାଣୀ ମହାନ୍ତି, ଜ୍ବାଇଁ ରବୀନ୍ଦ୍ର ମହାନ୍ତି, ଜ୍ଞାନେନ୍ଦ୍ର ନାୟକ, ନାତି ଆଦର୍ଶ ମହାନ୍ତି, ସାଇସତ୍ୟମ ନାୟକ, ଜିତେନ କୁମାର ଜେନାଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ବଡ଼ ପୁଅ ସାମ୍ବାଦିକ ଅକ୍ଷୟ କୁମାର ମହାନ୍ତି ମୁଖାଗ୍ନି ଦେଇଥିଲେ।
