ସାମ୍ବାଦିକଙ୍କ ମାତୃ ବିୟୋଗ।

ରଘୁନାଥପୁର:-୨୭/୮()ରଘୁନାଥପୁର ବ୍ଲକ ତାରପୁର ପଞ୍ଚାୟତ ଗୋକୁଳପୁର ସ୍ଥିତ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ନାରାୟଣ ସିଂହଙ୍କ ମାତା ପ୍ରମିଳା ସିଂହ ୯୦ ଙ୍କ ବୁଧବାର ସକାଳେ ନିଜ ବାସଭବନରେ ବିୟୋଗ ହୋଇଛି।ସେ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ।ସେ ଜଣେ ପରୋପକାରୀ ମିଷ୍ଟଭାଷୀ ସ୍ୱଭାବର ମହିଳା ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁଅବୋହୁ, ଝିଅଜ୍ବାଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ।ଖବରପାଇ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ବନ୍ଧୁ ଓ ଆତ୍ମୀୟ ସ୍ୱଜନ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ।ଗ୍ରାମ୍ୟ ଶ୍ମଶାନରେ ସ୍ବର୍ଗତା ସିଂହଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ମଧ୍ୟମ ପୁତ୍ର ଇନ୍ଦ୍ରଜିତ ମୁଖାଗ୍ନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *