ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଆକ୍ରମଣ ଓ ଦୁର୍ବ୍ୟବହାରର ପ୍ରତିବାଦ କରି ଜିଲ୍ଲାର ସମସ୍ତ ସାମ୍ବାଦିକ ଉପସ୍ଥିତ ରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ। ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଗଠନ ହେବ କନ୍ଧମାଳ ଜିଲ୍ଲା ମିଳିତ ସାମ୍ବାଦିକ ମଞ୍ଚ ।

ଫୁଲବାଣୀ:୨୨/୭- କନ୍ଧମାଳ ଜିଲ୍ଲାରେ ସାମ୍ବାଦିକ ମାନଙ୍କ ଉପରେ କେତେବେଳେ ସରକାରୀ କର୍ମଚାରୀ ତ କେତେବେଳେ ସାଧାରଣ ଲୋକ ଆକ୍ରମଣ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଯୋଗୁଁ ଜିଲ୍ଲା ରେ ସାମ୍ବାଦିକ ମାନେ ସୁରକ୍ଷିତ ମଣୁ ନାହାନ୍ତି । ଯେଉଁ ଠି ସରକାର ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ର ସମ୍ମାନ ଦେଉଥିବା ବେଳେ ସରକାର କର୍ମଚାରୀ ମାନେ ସାମ୍ବାଦିକ ଙ୍କୁ ଅସଦବ୍ୟଵହାର ଦେଖାଉଥିବା ପରିତାପର ବିଷୟ ପାଲଟିଛି । ଏହି ସାମ୍ବାଦିକ ମାନେ ଥିବାରୁ ରୋଗୀ ଟିଏ ଔଷଧ ଟିକେ ପାଉଛି ଗରିବ ଲୋକ ଟି ଚାଉଳ ମୁଠାଏ ପାଇ ଉଦର ଭରୁଛି , ଘର ଖଣ୍ଡିଏ ପାଇ ମୁଣ୍ଡ ଗୁଞ୍ଜୁଛି, ବୁଢା ବାପା ମା ଭତା ପାଉଛନ୍ତି , ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭଜନ, ବହି,ପୋଷାକ ଅଣ୍ଡା ପାଉଛନ୍ତି । ଗର୍ଭବତୀ ମାଆ ଅଣ୍ଡା ଛତୁଆ ପୁଷ୍ଟିକର ଖାଦ୍ୟ ପାଉଛି । ଜନସାଧାରଣ ଙ୍କର ଯାତାୟତ ନିମନ୍ତେ ରାସ୍ତା ଘାଟ ନିର୍ମାଣ ହେଉଛି ।ପାନୀୟ ଜଳର ସୁବିଧା ମିଳୁଛି । ଶିକ୍ଷା ର ବିକାଶ ହେଉଛି,ସରକାର ଙ୍କର ମୌଳିକ ସୁବିଧା ରୁ ବଞ୍ଚିତ ଗ୍ରାମ ସୁବିଧା ପାଇ ପାରୁଛି । ସରକାର ଙ୍କ ର ଉନ୍ନୟନ ମୂଳକ ଯୋଜନା ସାମ୍ୱାଦିକ ମାନଙ୍କ ଦ୍ୱାରା ଲୋକାଭିମୁଖୀ ହେଉଛି । ଏହି ଚତୁର୍ଥ ସ୍ତମ୍ଭ ଯୋଗୁଁ ଏ ସବୁ ସୁବିଧା ଜନସାଧାରଣ ପାଇ ପାରୁଛନ୍ତି । ଏହି ଗଣମାଧ୍ୟମ ନଥିଲେ ଆଜି ସ୍ବେଚ୍ଛାଚାରୀ, ଅରାଜକତା ଶାସନ ଚାଲନ୍ତା ।ପୋଲିସ ର ଦୌରାତ୍ମ୍ୟ ବୃଦ୍ଧି ପାଇଥାନ୍ତା । ସାଧାରଣ ଲୋକ ନ୍ୟାୟ ପାଇବା ଆଶା ମଉଳି ଯାଇଥାନ୍ତା । ଆଜି ଗଣମାଧ୍ୟମ ଯୋଗୁ ସମ୍ଭବ ହୋଇପାରିଛି । ସାମ୍ବାଦିକ ମାନେ ବନ୍ୟା ବାତ୍ୟା କୋରନା ଭଳି ମହାମାରୀ ସମୟରେ ନିଜ ଜୀବନ କୁ ବାଜି ଲଗାଇ ପରିବାର ଜୀବନ କୁ ଜଳାଞ୍ଜଳି ଦେଇ କାର୍ଯ୍ୟ କରି ଥାନ୍ତି । ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ହେଲେ ପ୍ରଶାସନିକ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦେଲେ ନିଜ କର୍ମଚାରୀ ଙ୍କୁ ଘଣ୍ଟ ଘୋଡାଇ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନଜିର ରହିଛି। ପୋଲିସ ନିକଟରେ ଅଭିଯୋଗ କଲେ ମଧ୍ୟ ପୋଲିସ ପ୍ରଶାସନ ଠାରୁ ସାମ୍ବାଦିକ ଙ୍କୁ ନ୍ୟାୟ ମିଳୁନାହିଁ । ଲୋକ ପ୍ରତିନିଧୀ ,ଠିକାଦାର , ଅସାମାଜିକ ବ୍ୟକ୍ତି ସାମ୍ବାଦିକ ଙ୍କୁ ଆକ୍ରମଣ କଲେ କିମ୍ବା ଦୁର୍ବ୍ୟବହାର କଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। କିଛିଦିନ ତଳେ ଜଣେ ପୋଲିସ ଇନିଷ୍ପେକଟର ଜିଲ୍ଲାର ସମସ୍ତ ସାମ୍ବାଦିକ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ଭାଇରାଲ ହୋଇଥିଲେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଆର ଓ ବଦଳି କରି ଆରକ୍ଷୀ ଅଧିକ୍ଷକ ନିଜର କାର୍ଯ୍ୟ ଶେଷ ଦେଇଛନ୍ତି । ଆଜକୁ ତିନି ଦିନ ତଳେ ଜଣେ ମହିଳା ରାଜସ୍ବ ନିରୀକ୍ଷକ କ୍ଷମତା ର ଅପବ୍ୟବହାର କରୁଥିବା ବେଳେ ସାମ୍ବାଦିକ ଫୋଟ ଭିଡିଓ ଉତ୍ତୋଲନ କରିବା ଯୋଗୁଁ ରାଜସ୍ୱ ନିରୀକ୍ଷକ ର ଦୁର୍ବ୍ୟବହାର ର ଶିକାର ହୋଇଥିବା ଜଣାପଡିଛି । ଆଜକୁ ଦୁଇ ଦିନ ତଳେ ଟିଭି ସାମ୍ବାଦିକ ଫୁଲବାଣୀ ମେଡ଼ିକାଲ ରେ ସାପ କାମୁଡ଼ା ରେ ମୃତ ମହିଳା ଙ୍କର ଭିଡିଓ ଉତ୍ତୋଲନ କରିବାକୁ ଯାଇ ଡାକ୍ତର ମେଡ଼ିସିନ ସ୍ପେସିଅଲିଷ୍ଟ ଆଜିତ ଦଳେଇ ଙ୍କର ଦୁର୍ବ୍ୟବହାର ର ଶିକାର ହୋଇଛନ୍ତି । ବିଗତ ଦିନରେ ଜି ଉଦୟଗିରି ବରିଷ୍ଠ ସାମ୍ବାଦିକ ଗଗନ ପ୍ରଧାନ ଙ୍କୁ ଏସ ଡିପି ଓ ଜି ଉଦୟଗିରି ଦୁର୍ବ୍ୟବହାର ପ୍ରଦର୍ଶନ, ଚାକପାଦ ସାମ୍ବାଦିକ ପ୍ରତି ଦୀପକ ହଂସ ଙ୍କୁ ମେଡ଼ିକାଲ ସରକାରୀ କ୍ୱାଟର ରେ ପଶି ଶିକ୍ଷକ ଗୁଣ୍ଡା ଲଗାଇ ନିସ୍ତୁକ ମାଡ ମାରିବା ଘଟଣା ,ତା ସହିତ ରାଇକିଆ ସାମ୍ବାଦିକ ଗୁପ୍ତ ପ୍ରଧାନ ଙ୍କୁ ବ୍ଲକ କର୍ମଚାରୀ ମାଡ଼ ମାରିବା ଘଟଣା ସମ୍ପର୍କରେ ପୋଲିସ ଓ ଜିଲ୍ଲା ପ୍ରଶାସନ ଙ୍କୁ ଲିଖିତ ଅଭିଯୋଗ କରାଯାଇଇଥିଲେ ପ୍ରଶାସନ କରିନଥିବା ନଜିର ରହିଛି । ସାମ୍ବାଦିକ ପ୍ରତି ଦିନକୁ ଦିନ ଆକ୍ରମଣ ଓ ଦୁର୍ବ୍ୟବହାର କୁ ବିରୋଧ କରି କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଙ୍କୁ ଦାବି ପତ୍ର ସାମ୍ବାଦିକ ସଙ୍ଘ ପକ୍ଷରୁ ଦିଆଯାଇଥିଲେ ମଧ୍ୟ ତାର ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ସାମ୍ବାଦିକ ମନରେ ପାଉଁଶ ତଳର ନିଆଁ ଭଳି ଅସନ୍ତୋଷ କୁହୁଳିବାରେ ଲାଗିଛି । ଏହି ନିଆଁ କେତେବେଳେ ଯେ ହୁତୁହୁତୁ ହୋଇ ଜଳିବ ସମୟ ହିଁ କହିବ । ତେଣୁ ପ୍ରଶାସନ କୁ ଉଚିତ ଜବାବ ଦେବା ନିମନ୍ତେ ସାମ୍ବାଦିକ ମାନଙ୍କ ପକ୍ଷରୁ ଆନ୍ଦୋଳନ ର ପସ୍ତୁତ ଚାଲିଛି । ଜିଲ୍ଲାରେ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଅନ୍ୟାନ୍ୟ ଅତ୍ୟାଚାର ବିରୋଧ ରେ ସ୍ୱର ଉତ୍ତୋଳନ କରିବା ପାଇଁ ଗତକାଲି ବୁଧବାର ତା ୨୧/୭/୨୦୨୧ ରିଖ ସନ୍ଧ୍ୟା ୫ ଘଟିକା ସମୟରେ କନ୍ଧମାଳ ମିଡ଼ିଆ ଫୋରମ ସଭାପତି ସୁନିଲ ବିଶ୍ୱାଳ ଆବାହକତ୍ୱ ରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ଓ ରାଜ୍ୟର ସମସ୍ତ ସାମ୍ବାଦିକ ସଙ୍ଘର ସଭାପତି ,ସମ୍ପାଦକ କର୍ମକର୍ତ୍ତା ଆଲୋଚନା ରେ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ । ଜିଲ୍ଲାରେ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଅନ୍ୟାନ୍ୟ କୁ ପ୍ରତିରୋଧ କରିବା ନିମନ୍ତେ ଆଜି ଜିଲ୍ଲାର ସମସ୍ତ ସାମ୍ବାଦିକ ସମସ୍ତ ସଙ୍ଘ ନିର୍ବିଶେଷରେ ଏକ ହୋଇଛନ୍ତି। ସମସ୍ତ ସାମ୍ବାଦିକ ଏକ ହୋଇ ଜିଲ୍ଲା ପ୍ରଶାସନ ଙ୍କୁ ଚେତାବନୀ ଦେବା ନିମନ୍ତେ ତା ୨୪/୭/୨୦୨୧ ରିଖ ଶୁକ୍ରବାର ଦିନ ଜିଲ୍ଲା ର ସମସ୍ତ ସାମ୍ବାଦିକ କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ଆନ୍ଦୋଳନ କରିବା ନିମନ୍ତେ ନିଷ୍ପତି ନିଆଯାଇଛି । ତତ ସହିତ ସାମ୍ବାଦିକ ମାନଙ୍କ ପ୍ରତି ଘଟୁଥିବା ଘଟଣା ର ପ୍ରକୃତ ସତ୍ୟତା ଜାଣିବା ନିମନ୍ତେ କେତେକ ସାମ୍ବାଦିକ ମାନଙ୍କୁ ନେଇ ଏକ ଫେକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଯିବା ନିମନ୍ତେ ସମସ୍ତ ସାମ୍ବାଦିକ ନିଜର ମତ ପ୍ରକାଶ କରିଛନ୍ତି । ତା ସହିତ ଜିଲ୍ଲା ର ସମସ୍ତ ଙ୍କୁ ନେଇ କନ୍ଧମାଳ ଜିଲ୍ଲା ମିଳିତ ସାମ୍ବାଦିକ ମଞ୍ଚ ଗଠନ କରାଯିବା ନିମନ୍ତେ ସ୍ଥିରୀକୃତ ହୋଇଛି । ଉକ୍ତ ବୈଠରେ ରାଜ୍ୟ ଓ ୟୁ ଜେ କନ୍ଧମାଳ ଜିଲ୍ଲା ସଭାପତି ପ୍ରଶାନ୍ତ ବେହେରା, ୟୁ ଜେ ଏ କନ୍ଧମାଳ ଜିଲ୍ଲା ସଭାପତି ସନ୍ତୋଷ ଦାସ, କନ୍ଧମାଳ ଜିଲ୍ଲା ମିଡ଼ିଆ ସଙ୍ଘ ସଭାପତି ସୁନିଲ ବିଶ୍ୱାଳ ,ସମ୍ପାଦକ ସୂର୍ଯ୍ୟନାରାୟଣ ବେହେରା, ଫ୍ରଣ୍ଟ ଲାଇନ ମିଡ଼ିଆ ଆସୋସିଏସନ ସଭାପତି ସୁଜିତ କୁମାର ବେହେରା, ସାଧାରଣ ସମ୍ପାଦକ ତ୍ରିନାଥ ସାହୁ , ଫୁଲବାଣୀ ପ୍ରେସ କ୍ଲବ ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସାଧାରଣ ସମ୍ପାଦକ ଅଜିତ ମହାରଣା , ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ସନ୍ତୋଷ କୁମାର ଦିଗାଲ,ନାରାୟଣ ସାହୁ, ଫିଲମୋହନ ନାୟକ, ବ୍ରଜ ବିହାରୀ ନନ୍ଦ, ବୈଦ୍ୟନାଥ ନାୟକ, ସଦାଶିବ ପାତ୍ର, ଆଇନଜୀବୀ ତଥା ସାମ୍ବାଦିକ ସତ୍ୟନାରାୟଣ ବେହେରା , ଆଦିତ୍ୟ ପ୍ରସାଦ ତ୍ରିପାଠୀ ଙ୍କ ସମେତ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *