ପୁରୀର ପ୍ରବେଶ ପଥ ଅଠରନଳା ମୂଷା ନଇକୁ ଖସି ପଡି ଯୁବକଙ୍କ ମୃତ୍ୟ

ପୁରୀର ପ୍ରବେଶ ପଥ ଅଠରନଳା ମୂଷା ନଇକୁ ଖସି ପଡି ଯୁବକଙ୍କ ମୃତ୍ୟ।ଖବର ପାଇଁ ତୁରନ୍ତ ଅଗ୍ନିଶମ ବିଭାଗର ଆଗ୍ନିକ ଘଟଣାସ୍ଥଳରେ ପହଁଚି ଅକ୍ଲାନ୍ତ ପରିଶ୍ରମ କରି ଯୁବକଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ।ପ୍ରାୟ ପ୍ରତ୍ୟକ ଦିନ ସମ୍ପୃକ୍ତ ଯୁବକ ଅଠରନଳା ମୂଷା ନଇ ବ୍ରିଜ ଉପରେ ବସିଥାନ୍ତି।ସେ ଜଣେ ମାନସିକ ବିକାରଗସ୍ତ ଯୁବକ ଓ ଆଜି ମଧ୍ୟ ସେ ବ୍ରିଜ ଉପରେ ବସିଥିଲେ ।ତେବେ ହଠାତ ସେ ବ୍ରିଜ ତଳକୁ ଖସି ପଡ଼ିଥିଲେ।ଲୋକମାନେ କେହି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିନଥିଲେ।ହୁଏତ ସାମନ୍ୟ ମାନବିକତା ଦେଖାଇଥିଲେ ଜୀବନଟି ବଞ୍ଚି ଯାଇଥାନ୍ତା।କିନ୍ତୁ ସେ ବ୍ରିଜ ତଳକୁ ଖସି ପଡିବା ପରେ ଅଗ୍ନିଶମ ବିଭାଗର ଉଦ୍ଧାର ଦେଖିବା ଅଠରନଳା ବ୍ରିଜ ଉପରେ ଲୋକଙ୍କ ପ୍ରବଳ ଭିଡ ଲାଗିଥିଲା।

Leave a Reply

Your email address will not be published. Required fields are marked *