ଜୁନ 21 ବିଶ୍ୱ ଯୋଗ ଦିବସ

ଜୁନ 21 ବିଶ୍ୱ ଯୋଗ ଦିବସରେ ଜଗତସିଂହପୁର ଜିଲ୍ଲାର ବାଲଭାବନ ଓ ଶ୍ରୀ ଗଣେଶ ଟ୍ୟୁଟୋରିଆଲ ର ମିଳିତ ଆନୁକୂଲ୍ୟରେ ଜଇପୁରଠାରେ ଯୋଗ ଦିବସ ପାଳନ କରା ଯାଇଛି l ଏକ ସୁସ୍ଥ ସମାଜ ଗଠନ ନିମିତ୍ତ ଉଦେଶ୍ୟରେ ଏକ ଯୋଗ ଦ୍ୱାରା ରୋଗମୁକ୍ତ ସମାଜ ଗଠନ ପାଇଁ ଆମ ଅନୁଷ୍ଠାନ ର ପ୍ରୟାସ l ଉକ୍ତ କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ କିଛି ସମାଜସେବୀ ଜଗତସିଂହପୁର ଜିଲ୍ଲା ବାଲଭାବନ ର ସମସ୍ତ ଗୁରୁଜୀ ଗୁରୁମା ଏବଂ ଶ୍ରୀ ଗଣେଶ ଟ୍ୟୁଟୋରିଆଲ ର ସମସ୍ତ ଶିକ୍ଷକ ବୃନ୍ଦ ଉକ୍ତ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ l ତା ସହିତ ଶିଶୁମାନେ ଦେଶ ପାଇଁ ଜୟହିନ୍ଦ, ଜୟଭାରତ ସ୍ଲୋଗାନ ଦେଇ ଭାରତମାତା ର ଜୟଗାନ କରିଥିଲେ l ସର୍ବଶେଷ ରେ ଅନୁଷ୍ଠାନ ର ପରିଚାଳକ ଶାରଦା ପ୍ରସନ୍ନ ସ୍ୱାଇଁ ଧନ୍ୟବାଦ ଦେଇ ଉକ୍ତ କାର୍ଯ୍ୟକ୍ରମ କୁ ପରିସମାପ୍ତି କରିଥିଲେ l

Leave a Reply

Your email address will not be published. Required fields are marked *