ଜୌତୁକପାଇଁ ବଧୁ ହତ୍ୟା ଘୋଟଣା ରେ ନ୍ୟାୟପାଇଁ କେଣ୍ଡଲଯାତ୍ରା
ଜୌତୁକପାଇଁ ବଧୁ ହତ୍ୟା ଘୋଟଣା ରେ ନ୍ୟାୟପାଇଁ କେଣ୍ଡଲଯାତ୍ରା।ଟିକିରି,୦୮/୦୧()ବହୁଚର୍ଚିତ କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ବେହେରା ଗୁଡା ଜୌତୁକପାଇଁ ବଧୁହତ୍ୟା ଘୋଟଣା କୁ ନିନ୍ଦାକରି ମୃତକଙ୍କୁ ନ୍ୟାୟଦାବିରେ ଟିକିରି ଶୁଣ୍ଢି ସଂଙ୍ଘ ଓ ଟିକିରି ବଣିକ ସଂଘ ସଦଶ୍ୟ ମାନେ ଏକ ନିରବ କେଣ୍ଡେଲ ସଭାଯାତ୍ରାରେ ବାହାରିଥିଲେ।ଟିକିରି ଜଗନ୍ନାଥ ମନ୍ଦିର ଠାରୁ କେଣ୍ଡେଲ ଯାତ୍ରା ବାହାରି ଟିକିରି ବଜାର ଦେଇ ଗକୁଳମୁଣ୍ଡା ତ୍ରିନାଥ ମନ୍ଦିର ଯାଏ ଯାଇଥିଲେ।ଟିକିରି ଶୁଣ୍ଡି ସଂଙ୍ଘର ସଭାପତି ବିଜୟରତ୍ନ ଚୌଧୁରୀ ଓ ବଣିକ ସଙ୍ଘ ସଭାପତି ମନୋଜ ବେହେରା ଙ୍କ ଅଦକ୍ଷତାରେ ପ୍ରାୟ ୧୫୦ ଜଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ସୂଚନା ଥାଉ କି ଗତ ମାର୍ଚ୍ଚମାସ ୬ତାରିଖରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଜାଗୁଗୁଡା ଗ୍ରାମର ଚକ୍ରଧର ସାହୁଙ୍କ ଝିଅ ରଚନା ସାହୁ ଙ୍କୁ ସେମିଲିଗୁଡା ବ୍ଲକ ବେହେରା ଗୁଡା ଗ୍ରାମ ର ଏସ ଅନିଲ ଚୌଧୁରୀ ଙ୍କୁ ବିବାହ ହୋଇଥିଲା ।

ବିବାହ ସମୟରେ ୫ତୋଳା ସୁନା ସହ ୧ଲକ୍ଷ ଟଙ୍କା ଜୌତୁକ ଆକାରରେ ଦେଇଥିଲେ।ହେଲେ ଅଧିକ ୩ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାଶୁ ଘର ଲୋକେ ବିଭିନ୍ନ ସମୟରେ ଶାରିରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେଇ ଆସୁଥିଲେ।ସେ ୩ମାସ ର ଗର୍ଭବତି ଥିଲେ।ଚଳିତ ମାସ ୩ତାରିଖରେ ଶାଶୁଘର ଲୋକେ ରଚନା କୁ ମାରିଦେଇ ଆତ୍ମହତ୍ୟା ର ରୁପଦେଉଥିଲେ।ପରିବାର ଲୋକ ପହଞ୍ଚି କ୍ଷତଚିହ୍ନ ଦେଖି ସେମିଲିଗୁଡା ଥାନାରେ ଲିଖିତ ଅଭିଯୋଗ କଲା ପରେ।ସ୍ବାମି ଏସ ଅନିଲ ଚୌଧୁରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ଏହି ଘୋଟଣା ରେ ସମ୍ପୃକ୍ତଥିବା ଅନ୍ୟମାନଙ୍କୁ ଗିରଫ ଦାବିରେ ବିଭିନ୍ନ ଯାଗାରେ କେଣ୍ଡେଲ ଶୋଭା ଯାତ୍ରା ଦେଖିବାକୁ ମିଳିଛି।
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
