ନ୍ୟାୟ ନ ପାଇ ଶେଷରେ ଆଖି ବୁଜିଲେ ସୌମ୍ୟାଶ୍ରୀ
Place – ସୋରଡ଼ା ମନ୍ତ୍ରୀ ଠୁ ସାଂସଦ ସମସ୍ତଙ୍କ ପାଖକୁ ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ହାର ମାନିଯାଇଥିଲେ ସୌମ୍ୟାଶ୍ରୀ ଶେଷରେ ନେଇଥିଲେ ଚରମ ନିଷ୍ପତି l ଆଉ ଆଜି ଜୀବନ ଯୁଦ୍ଧ୍ୟରେ ମଧ୍ୟ୍ୟ ହାରିଗଲେ ସୌମ୍ୟାଶ୍ରୀ l ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ପାଇଁ ସାରା ରାଜ୍ୟ ଆଜି ଉଠୁଛି ପଡୁଛି l ବିଭିନ୍ନ ରାଜନୈତିକ ଦଳ ଆଜି ସରକାରଙ୍କୁ ଟାର୍ଗେଟ କରିଛନ୍ତି l ସାରା ରାଜ୍ୟରେ ଆଜି ତୀବ୍ର ଅସନ୍ତୋଷ ଖେଳିଯାଇଛି l ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେବା ସହ ରାଜ୍ୟ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ବାଲେଶ୍ୱର ସାଂସଦଙ୍କ ଇସ୍ତଫା ଦାବି କରାଯାଇଛି l ସରକାର ନ୍ୟାୟ ନଦେବା ଯୋଗୁ ଆଜି ସୋମ୍ୟଶ୍ରୀ ଚିରଦିନ ପାଇଁ ଆଖି ବୁଜିଦେଲେ l ଆସନ୍ତା 17 ରେ କଂଗ୍ରେସ ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା ଦେଇଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ା କଂଗ୍ରେସ ତରଫରୁ ସୋରଡ଼ାର ଥିବା ପ୍ରତ୍ୟେକ କଲେଜ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇଛି l ଏବଂ ଛାତ୍ରଛାତ୍ରୀ ମାନେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ସୌମ୍ୟାଶ୍ରୀଙ୍କ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାଥନା କରିଥିଲେ l ଏବଂ ଆଜିର ଏହି କାର୍ଯ୍ୟକ୍ରମରେ ସୋରଡ଼ା କଂଗ୍ରେସର ପୂର୍ବତନ ବିଧାୟକ ପ୍ରାଥୀ ତଥା କଂଗ୍ରେସ ବ୍ଲକ ସଭାପତି ହରେକୃଷ୍ଣ ରଥ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ l ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିବା ସହ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଏବଂ ବାଲେଶ୍ୱର ସାଂସଦଙ୍କ ଇସ୍ତଫା ଦାବି କରିଥିଲେ l
