କବାଡି ପ୍ରତିଯୋଗିତା ପାଇଁ ରାଜ୍ୟ ରୁ ଜାତୀୟସ୍ତରୀୟ କୁ ମନୋନୀତ
କବାଡି ପ୍ରତିଯୋଗିତା ପାଇଁ ରାଜ୍ୟ ରୁ ଜାତୀୟସ୍ତରୀୟ କୁ ମନୋନୀତ ରାହୁଲସାନଖେମୁଣ୍ଡି:- ୮/୧୧() ଇଚ୍ଛା ଶକ୍ତି ଥିଲେ ସୁଯୋଗ ଆପେ ଆପେ ଆସିଥାଏ।ସ୍କୁଲ ପାଠ ପଢିବା ସହ ଖେଳ କୁଦ କରିବା ଶରୀର ସୁସ୍ଥ ରଖିବା ଆମ ପାଇଁ ଲାଭଦାୟକ ହୋଇଥାଏ। ପାଠ , କ୍ରୀଡା ଆମ ଜୀବନ ଶୈଳୀ କୁ ବଦଳେଇ ଦେଇଥାଏ। ଛୋଟ ରୁ ବଡ଼ ହୋଇଥାଏ।ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ମାଣିକେଶ୍ବରୀ ବିଦ୍ୟାପୀଠ ରେ ଦଶମ ଶ୍ରେଣୀ ରେ ପାଠ ପଢୁଥିବା ଛାତ୍ର ରାହୁଲ ନାହାକ ଏବେ ଗ୍ରାମାଞ୍ଚଳ ରୁ ଜାତୀୟସ୍ତରୀୟ କବାଡି ପ୍ରତିଯୋଗିତା ରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।ରାହୁଲ ବିଦ୍ୟାଳୟ ରେ କ୍ରୀଡା ପ୍ରତିଯୋଗିତା କବାଡି ରେ ଭଲ ପ୍ରଦର୍ଶନ କରି ବ୍ଲକସ୍ତରୀୟ ଜିଲ୍ଲା ସ୍ତରୀୟ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା ବେଳେ ଏବେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।ସାନଖେମୁଣ୍ଡି ର ଗୌରବ ଅର୍ଜନ କରିଛନ୍ତି ରାହୁଲ ନାହାକ।ସାନଖେମୁଣ୍ଡି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଭାରପ୍ରାପ୍ତ ଗୋଷ୍ଠି ଶିକ୍ଷାଧିକାରୀ ଏବଂ ଏବିଓ ରାମଚନ୍ଦ୍ର ପଣ୍ଡା,କ୍ରୀଡା ଶିକ୍ଷକ ଅରୁଣ କୁମାର ରାଉତ,କବିର ଖୁଣ୍ଟିଆ ସମସ୍ତ ଶିକ୍ଷକ ମାନଙ୍କ ଉପସ୍ଥିତି ରେ ରାହୁଲ ନାହାକ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। କ୍ରୀଡା ପ୍ରତିଯୋଗିତା ନିମନ୍ତେ ରାହୁଲ ଙ୍କୁ ସମସ୍ତ ପ୍ରକାର ବ୍ୟବସ୍ଥା ସହଯୋଗ କରିବା ପାଇଁ ବିଇଓ ଙ୍କ ପକ୍ଷରୁ ସୂଚନା ଦେଇଛନ୍ତି।
