ସତ୍ୟବାଦୀ ଚେତନା ଚିନ୍ତନ ନ୍ୟାସ ପକ୍ଷରୁ କୈଳାସ ରାୟ ସ୍ମୃତି ସମାରୋହ

ସତ୍ୟବାଦୀ ଚେତନା ଚିନ୍ତନ ନ୍ୟାସ ପକ୍ଷରୁ କୈଳାସ ରାୟ ସ୍ମୃତି ସମାରୋହ
ପୁରୀ –11.7.25 ସତ୍ୟବାଦୀ ଚେତନା ଚିନ୍ତନ ନ୍ୟାସ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ସଂଗଠକ କବି କୈଳାସ ରୟଙ୍କ ଦ୍ଵିତୀୟ ସ୍ମୃତି ସମାରୋହ ମାରୁତି ନଗର କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି.
ନ୍ୟାସ ର କାର୍ଯ୍ୟକାରୀ ସଭାପତି ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ଦିଲ୍ଲୀପ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରଅବସପ୍ରାପ୍ତ ଫ୍ରଫେସର ଡ଼. ହେମେନ୍ଦ୍ର ନାଥ ବେହେରା ମୁଖ୍ୟ ଅତିଥି, ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଡ଼.କାର୍ତ୍ତିକ କୁମାର ଦାସ, ମାରୁତି ନଗର ଉନ୍ନୟନ ପରିଷଦ ସଭାପତି ଗୋଲୋକ ଚନ୍ଦ୍ର ଜେନା ବରେଣ୍ୟ ଅତିଥି ଅତିଥି ରୂପେ ମଂଚାସୀନ ଥିଲେ. ନ୍ୟାସର ସମ୍ପାଦକ ମହେନ୍ଦ୍ର ବିଶୋଇ ସମାରୋହର ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିବା ବେଳେ ଅତିଥି ପରିଚୟଏବଂ ସ୍ୱାଗତ ଭାଷଣ ଦେଇଥିଲେ ରମେଶ ଚନ୍ଦ୍ର ଦାଶ. ଅନ୍ୟ ମାନଙ୍କ ମଧ୍ୟରେ କାମଦେବ ମହାରଣା, ଶ୍ୟାମ ପ୍ରକାଶ ସେନାପତି, ବିଦ୍ୟୁତ କର୍ମଚାରୀ ନେତା ଜୟ କୃଷ୍ଣ ମଲ୍ଲିକ ସ୍ବର୍ଗତ ରାୟଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ.
ଅତିଥି ମାନେ ଉଦବୋଧନ ଦେଇ ଗୋପବନ୍ଧୁସାହିତ୍ୟ ଚେତନା, ଓଡ଼ିଆ ଭାଷା ର ପ୍ରାଚୀନତା ଏବଂ ଆତ୍ମିୟତା ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ପରକୁ ଆପଣାର କରିବାରେ ସ୍ବର୍ଗତ କୈଳାସ ରାୟଙ୍କ ବିଶେଷ ଗୁଣ ଉପରେ ଆଲୋଚନା କରିଥିଲେ
ଏହି ଅବସରରେ ବିଦ୍ୟାଳୟସ୍ତରୀୟ ଚିତ୍ରକଳା, ଓଡ଼ିଆ ପ୍ରବନ୍ଧ, ଏବଂ ବକ୍ତୃତା ପ୍ରତିଯୋଗିତାର କୃତୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା. ପ୍ରଜ୍ଞା ସାହୁ ମଞ୍ଚ ସଂଚାଳନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଲକ୍ଷ୍ମୀଧର ମାଝୀ.ଏହି ଅବସରରେ ଖଣ୍ଡିଆ ବନ୍ଧ କ୍ରିଷ୍ଣା ନଗର ରେ ବୃକ୍ଷ ରୋପଣ କରାଯାଇଥିଲା.

Leave a Reply

Your email address will not be published. Required fields are marked *