କାକଟପୁର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା
କାକଟପୁର,୧୩.୧୧- ପୂରୀ ଜିଲ୍ଲା କାକଟପୁର ବ୍ଲକ ପକ୍ଷରୁ ହାଇସ୍କୁଲ ଖେଳ ପଡ଼ିଆରେ ଗୁରୁବାର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜନ ହୋଇଯାଇଛି। ବିଡ଼ିଓ ନାରାୟଣ ଦୀକ୍ଷିତଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ମୂଖ୍ୟବକ୍ତା ଭାବେ ବିଧାୟକ ତୁଷାରକାନ୍ତି ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ବ୍ଳକ ଅଧକ୍ଷ ଶ୍ରୀଧର ନାୟକ, ଜିଲ୍ଲା ଅତିରିକ୍ତ ପ୍ରାଣୀ ଅଧୀକ୍ଷକ ରାଜେଶ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।।ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ଚାଷୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ସଧାରଣ ଲୋକଙ୍କ ସହ ମହିଳା ଓ ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକ କିପରି ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦ ପାଳନ କରି ସ୍ଵବାଲମ୍ବନ ହୋଇପାରିବେ ଓ ବ୍ୟକ୍ତିଗତ ସାମୁହିକ ଭାବେ ରୋଜଗାରକ୍ଷମ ହୋଇ ପାରିବେ ତାହା ଉପରେ ବିଭିନ୍ନ ପ୍ରକଳ୍ପ ଉପରେ ଅତିଥି ଓ ଅଧିକାରୀ ମାନେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।

ଏହି ଅବସରରେ ୧୦ ଜଣ ଚାଷୀଙ୍କୁ ନୂତନ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ବେଳେ ବିଭିନ୍ନ ପ୍ରକଳ୍ପରେ ସଫଳ ହାସଲ କରିଥିବା ୮ ଜଣ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ମେଳାରେ କୃଷି ଓ ଚାଷ ଭିତ୍ତିକ ଯନ୍ତ୍ରପାତି, ମତ୍ସ୍ୟ ଚାଷ, ଗୋପାଳନ, କୁକୁଡ଼ା ପାଳନ ସମ୍ବନ୍ଧୀୟ ପ୍ରକଳ୍ପ ଆଦିର ଷ୍ଟଲ୍ କରାଯାଇଥିଲା। ଯାହା ଚାଷୀ ମାନଙ୍କୁ ବିଭିନ୍ନ ଯୋଜନା ଉପରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲା। କାର୍ଯ୍ୟକ୍ରମକୁ ବ୍ଳକ୍ ପ୍ରାଣୀ ଚିକିତ୍ସା ଅଧିକ୍ଷକ ଡଃ ସୁଧାଂଶୁ ଶେଖର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପରିଚାଳନା ହୋଇଥିବା ବେଳେ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରଶ୍ମିତା ସାହୁ, ଡ଼ଃ ଦ୍ୱିପାନ୍ଵିତା ସେଠୀ ଓ ବ୍ଳକ୍ ସହକାରୀ ମତ୍ସ୍ୟ ଅଧିକାରୀ ମିସ୍ ମିତାଲି ମଧୁସ୍ମିତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ପୁରୀ ସହକାରୀ ମତ୍ସ୍ୟ ଅଧିକାରୀ ସୋନାଲି ପଣ୍ଡା, ସାଂସଦ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ବାଇଁ ଓ ସତ୍ୟବାଦୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ବନୋଜ କାନ୍ତ ପତି ଓ ଅନ୍ୟାନ୍ୟ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପ୍ରାଣୀ ନିରୀକ୍ଷକ ବିଭୂତି ଭୂଷଣ ତ୍ରିପାଠୀ ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରାଣୀ ନିରୀକ୍ଷକ ନୃସିଂହ ଚରଣ କାଣ୍ଡି , ପ୍ରଦୀପ କୁମାର ରଥ ଙ୍କ ଶହ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।
