କାକଟପୁରରେ ମା ମଙ୍ଗଳାଙ୍କ ଚୈତ୍ର ମାସ ଚତୁର୍ଥ ପାଳି ଯାତ୍ରା ଅନୁଷ୍ଠିତ
କାକଟପୁରରେ ମା ମଙ୍ଗଳାଙ୍କ ଚୈତ୍ର ମାସ ଚତୁର୍ଥ ପାଳି ଯାତ୍ରା ଅନୁଷ୍ଠିତ। ମାଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ |-କାକଟପୁର ଅଧିଷ୍ଠାତ୍ରୀ ଦେବୀ ପ୍ରସିଦ୍ଧ ଦେବୀ ମା ମଙ୍ଗଳାଙ୍କ ଚୈତ୍ର ମାସ ଚତୁର୍ଥ ପାଳି ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ସକାଳୁ ସକାଳୁ ମାଙ୍କ ବିଭିନ୍ନ ନୀତି କାନ୍ତି ରେ ପୂଜାର୍ଚ୍ଚନା କରାଯାଇ ଭକ୍ତ ମାନଙ୍କ ଉଦ୍ଦେଶ୍ୟରେ ଦ୍ଵାର ଖୋଲା ଯାଇଥିଲା। ଓଡିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ଆସି ମା ମଙ୍ଗଳାଙ୍କ ଦର୍ଶନ କରିଥିଲେ।

ମନ୍ଦିର ପରିଚାଳନା କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ତା କରାଯାଇ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ତା ହୋଇଥିଲା। ଦୀପ ଧୂପ ଲଗାଇ ମାଙ୍କୁ ମୁଣ୍ଡିଆ ମାରି ମନସ୍କାମନା ପୁରଣ ପାଇଁ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରିଥିଲେ। ମାଙ୍କୁ ଦର୍ଶନ କରି କୃପା ଲାଭ କରିଥିବାରୁ ଶ୍ରଦ୍ଧାଳୁ ମାନେ ଖୁସିବ୍ୟକ୍ତ କରିଥିଲେ।
