କରପଡାରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଯାତ୍ରା
ରମ୍ଭା:21.3 ଗଂଜାମ ବ୍ଲକ ଅନ୍ତର୍ଗତ ର କରପଡା ଗ୍ରାମରେ ଆସନ୍ତା ୨୨ଠାରୁ ୨୬ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ମହା ଆଡମ୍ବରରେ ମା ବୁଢ଼ୀ ଠାକୁରାଣୀ ଏବଂ ତ୍ରିନାଥ ଦେବଙ୍କ ନୂତନ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ପାଳନ ହେବାକୁ ଯାଉଥିବା ବେଳେ l ଏନେଇ ସ୍ଥାନୀୟ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ କଳସ ଯାତ୍ରା ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ଅଂଚଳର ହଜାର ହଜାର ସଂଖ୍ୟାରେ ମହିଳା ନୂତନ ବସ୍ତ୍ର ପରିଧ୍ୟାନ ପୂର୍ବକ ମସ୍ତକରେ କୁମ୍ଭ ରେ ଜଳ ଭର୍ତ୍ତି ପୂର୍ଣ୍ଣକୁମ୍ଭ ଧାରଣ କରି ଯଜ୍ଞ ମଣ୍ଡପ ଅଭିମୁଖେ ବାହାରିଥିଲେ l ଉକ୍ତ କାର୍ଯ୍ୟକ୍ରମ ପରମ୍ପାରିକ ବାଦ୍ୟ ବାଜଣା ସହକାରେ ବିରାଟ ପତୁଆରେ ସମ୍ପର୍ଣ୍ଣ ହୋଇଥିଲା l ମନ୍ଦିର ପ୍ରତିଷ୍ଠା କମିଟି ର ସଭାପତି ଡ଼. ପ୍ରଶାନ୍ତ କୁମାର ନାୟକ ଙ୍କ ସହ କମିଟି ର ସମ୍ପାଦକ, କୋଷାଧ୍ୟକ୍ଷ ଏବଂ ଉପଦେଷ୍ଟା ମାନଙ୍କ ତତ୍ଵାବଧାନରେ ପରିଚାଳନା କମିଟି ର ସମସ୍ତ ପଦାଧିକାରୀ ଓ ଗ୍ରାମବାସୀ ମାନେ ଅତି ସୁନ୍ଦର ଆୟୋଜନ କରିଛନ୍ତି lକଳସ ଯାତ୍ରା ଅବସରରେ ଛତ୍ରପୁର ମା ରାମଣାଆମ୍ମା ଠାକୁରାଣୀ ଯାତ୍ରା କମିଟି ସଭାପତି ସି ଏଚ ଦୟାନନ୍ଦ ରେଡି ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l ଏଥିରେ ଘୃତ ଯଜ୍ଞ, ଅର୍ଣ୍ଣ ଯଜ୍ଞ, ଜ୍ଞାନ ଯଜ୍ଞ, ନାମ ଯଜ୍ଞ, ଏବଂ ଗୋ ଯଜ୍ଞ ର ଆୟୋଜନ କରାଯାଉଛି l ମନୋରଞ୍ଜନ ପାଇଁ ରାମଦୋଳି ଠାରୁ ଆରମ୍ଭ କରି ଅନେକ ବ୍ୟବସ୍ଥା କରାଯାଇଛି ଯାହାକି ଉତ୍ସବ ରେ ଜନ ସମାଗମ ଅଧିକ ରୁ ଅଧିକ ହେବାର ଆଶା ଅଛି,l ଏହାକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନିକ ବ୍ୟବସ୍ଥା ସହିତ ସ୍ବେଛାସେବୀ ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜକ ସୂଚନା ଦେଇଛନ୍ତି l ଆୟୋଜକ ମାନେ ସ୍ଥାନୀୟ ନିର୍ବାଚନ ମଣ୍ଡଳୀର ଶ୍ରଦ୍ଧାଳୁ ମାନଙ୍କୁ ନିମନ୍ତ୍ରିତ କରିଛନ୍ତି l
