ପାରାଦ୍ଵୀପର କଳିଙ୍ଗ ବାଲିଯାତ୍ରା

ଶେଷ ହୋଇଛି ଚଳିତବର୍ଷ ର ପାରାଦ୍ଵୀପ କଳିଙ୍ଗ ବାଲିଯାତ୍ରା । ଦିର୍ଘ ଆଠ ଦିନ ଧରି ଚାଲିଥିବା ଏହି ବାଲିଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇ ଥିଲା। ଐତିହାସିକ ଉତ୍କଳୀୟ ନୌବାଣିଜ୍ୟର ପରମ୍ପରା ସହିତ ବିଭିନ୍ନ ରାଜ୍ୟର ନୃତ୍ୟ ଓ ଗୀତରେ ଝୁମିଥିଲେ ଦର୍ଶକ। ତେବେ ଚଳିତବର୍ଷ ଭଲ ବ୍ୟବସାୟ କରିଛନ୍ତି ଦୂର ଦୂରାନ୍ତ ରୁ ଆସିଥିବା ବ୍ୟବସାୟୀ। ଓରମାସ ପକ୍ଷରୁ କରାଯାଇଥିବା ଷ୍ଟଲ ରେ ୨୮୦ ସ୍ୱୟଂସହାୟକ ଗୋଷ୍ଠୀ ୧ କୋଟି ୫୧ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ତେବେ ଏହି ଉଦଯାପନୀ ଉତ୍ସବ ରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟ, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇ , ପାରାଦ୍ଵୀପ ଇଫକୋ ୟୁନିଟି ମୁଖ୍ୟ କେ ଜେ ପଟେଲ ପ୍ରମୁଖ ଯୋଗଦେଇ ଉତ୍କଳୀୟ ନୌବାଣିଜ୍ୟର ସ୍ମୃତି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରି ଅଧ୍ୟକ୍ଷତା କରିଥିଲେ।
ଜଗତସିଂହପୁରରୁ ରୀତା ସାହୁ

Leave a Reply

Your email address will not be published. Required fields are marked *