ଦୁର୍ଘଟଣା ର କେନ୍ଦ୍ରବିନ୍ଦୁ ପାଲଟିଛି କଳିଙ୍ଗା ଘାଟି
ଦୁର୍ଘଟଣା ର କେନ୍ଦ୍ରବିନ୍ଦୁ ପାଲଟିଛି କଳିଙ୍ଗା ଘାଟିଭଞ୍ଜନଗର ୨୦/୦୩: ଗଂଜାମ- କନ୍ଧମାଳ ସୀମାନ୍ତରେ ଅବସ୍ଥିତ କଳିଙ୍ଗା ଘାଟି। ପ୍ରାୟ ୧୦ କିମି ଲମ୍ବ ଏହି ଘାଟିରେ ପ୍ରତିଦିନ କିଛି ନା କିଛି ଛୋଟ ବଡ ଦୁର୍ଘଟଣା ସାମ୍ନାକୁ ଆସିଥାଏ। ଅନେକ ଦୁର୍ଘଟଣାର ମୁକସାକ୍ଷୀ କଳିଙ୍ଗା ଘାଟି। ପ୍ରତିଦିନ ଶହ ଶହ ଗାଡି ଏ ଘାଟି ଦେଇ ଯା ଆସ କରେ। ଆଜି ଅପରାହ୍ନରେ କୌଣସି ଏକ ଗାଡିରୁ ତେଲ ଘାଟିର ପ୍ରାୟ ଏକ କିମି ଯାଏଁ ପଡ଼ି ରହିଥିଲା ଯାହା ଫଳରେ ଚକା ଖସି ୧୦ ରୁ ଅଧିକା ଗାଡି ଦୁର୍ଘଟଣା ଘଟିଥିବା ଦେଖାଦେଇଥିଲା। କିଛି ବଦାନ୍ୟ ବ୍ୟକ୍ତି ଙ୍କ ଯୋଗୁଁ କିଛି ଲୋକ ଦୁର୍ଘଟଣା ରୁ ବାର୍ତିଥିବ ଦେଖିବାକୁ ମିଳିଥିଲା।
