କଳିଙ୍ଗନଗର ବୁଲେଟିନ୍ର ତ୍ରୟୋଦଶ ତମ ସ୍ୱନକ୍ଷତ୍ର ଏବଂ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ
କଳିଙ୍ଗନଗର ବୁଲେଟିନ୍’ର ତ୍ରୟୋଦଶ ତମ ସ୍ବନକ୍ଷତ୍ର ଉତ୍ସବ ସ୍ଥାନୀୟ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l କଳିଙ୍ଗନଗର ବୁଲେଟିନ୍ର ସମ୍ପାଦକ ହାରାଧନ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅଥିତି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ ଉଦ୍ଘାଟନ କରିବାସହ ଜନସାଧାରଣଙ୍କ ସମର୍ଥନ ଓ ଆଶୀର୍ବାଦରେ ସମ୍ବାଦପତ୍ରର ବିକାଶ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ଭାବେ କଳିଙ୍ଗନଗର ଅତରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ଓ ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଙ୍ଗର ରାଜ୍ୟ ସଭାପତି ବିଭୁତି ଭୁଷଣ କର ଯୋଗଦେଇ ଥିଲେ l ସହଯୋଗୀ ସମ୍ପାଦକ ଶରତ ପଥାଳ ଅତିଥି ପରିଚୟ ପ୍ରଦାନ କରିଥିଲେ l ସର୍ବ ଶେଷରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ କୋରେଇ ବିଧାୟକ ଆକାଶ ଦାସ ନାୟକ ସମ୍ମାନିତ କରିଥିଲେ l ଏହି ଉତ୍ସବରେ ଅନେକ ବୃଦ୍ଧିଜୀବି, ସାମ୍ବାଦିକ ଓ ସାହିତ୍ୟିକ ଯୋଗଦେଇଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
