ମା ଅର୍ନ୍ନପୂର୍ଣ୍ଣା ଓ ଗ୍ରାମଦେବତୀ ମନ୍ଦିର ପ୍ରତିଷ୍ଠା ପାଇଁ କଳସୀ ଯାତ୍ରା.

ଚିକିଟି, 8/4 ଚିକିଟି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମସ୍ଥିତ ବି. ନୂଆପଡା ଠାରେ ପୂଜା ପାଇ ଆସୁଥିବା ମା ଅନ୍ନପୂର୍ଣ୍ଣା ଓ ଗ୍ରାମଦେବତୀ ମାଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ଆମ୍ବା ମହାଯଜ୍ଞ ବୁଧବାରେ ଶୁଭାରମ୍ଭ ହୋଇଛି l ଏହି ଅବସରରେ ଆଖପାଖ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ବାହାରି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଧlନ୍ୟରାଶି ଗ୍ରାମ ନିକଟସ୍ଥ ବାହୁଦା ନଦୀରୁ କଳସରେ ଜଳ ଧରି ନୂଆପଡା ମୁଖ୍ୟ ବଡ଼ଦାଣ୍ଡ ପରିକ୍ରମା କରି ମାଙ୍କ ପୀଠରେ ପହଂଚିଥିଲେ l ଏହି ଯଜ୍ଞ 12 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଅଛି l ପ୍ରତ୍ୟେକ ଦିନ ଘୃତ ଯଜ୍ଞ, ଅନ୍ନଯଜ୍ଞ, ନାମଯଜ୍ଞ ଚାଲିବ ବୋଲି କମିଟି ପକ୍ଷରୁ କୁହାଯାଇଛି l ଏହି ଉତ୍ସବରେ ବିଶିଷ୍ଠ ପଣ୍ଡିତ ଶିବ ପ୍ରସାଦ ପଣ୍ଡାଙ୍କ ତତ୍ୱାବଧାନରେ ଆଖପାଖ ଅଞ୍ଚଳର ପୁରୋହିତ ମାନେ ଯୋଗଦେଇ ସହଯୋଗ କରିଛନ୍ତି l

Leave a Reply

Your email address will not be published. Required fields are marked *