ନାମାଙ୍କନ ଦାଖଲ କଲେ ସ୍ୱାଧୀନ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ

ଖୋର୍ଦ୍ଧା ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିବା କାଳୁ ଖଣ୍ଡାୟତରାୟ ନିଜର ସ୍ୱାଭିମାନ ପାଇଁ କର୍ମୀମାନ ଙ୍କ ଉତ୍ସାହ କ୍ରମେ ଆଜି ସ୍ୱାଧୀନ ଭାବେ ପ୍ରାର୍ଥୀ ପତ୍ର ସବ୍ କଲେକ୍ଟର ଅଫିସ୍ ରେ ଦାଖଲ କରିଛନ୍ତି । ପୂର୍ବରୁ ସ୍ୱାଭିମାନ ସମାବେଶ ରେ ହଜାର ହଜାର କର୍ମୀ ଙ୍କୁ ଏକାଠି କରି ନିଜର ଶକ୍ତି ପ୍ରଦର୍ଶନ କରି ଦିଲ୍ଲୀ ଦରବାର ରେ ହଇଚଇ ସୃଷ୍ଟି କରିଥିଲେ । ଆଜିର ଜନସମୁଦ୍ର ଖୋର୍ଦ୍ଧା ବାସୀଙ୍କୁ ଚକିତ କରିବା ସହିତ କାଳୁ ବାବୁଙ୍କ ପ୍ରତି ଜନମତ ବାରିହୋଇ ପଡ଼ୁଥିଲା , ସବୁରି ମୁହଁରେ ଗୋଟିଏ କଥା ଶୁଣିବାକୁ ମିଳୁଥିଲା, କାଳୁ ଆମର ସ୍ୱାଧୀନ ନେତା ।

Leave a Reply

Your email address will not be published. Required fields are marked *