ଶିକ୍ଷୟିତ୍ରୀ ମମତା ମେହେର ହତ୍ୟା ଘଟଣାକୁ ନେଇ କାମାକ୍ଷାନଗର ବିଜେପି ଯୁବମୂର୍ଚ୍ଛାର ବିକ୍ଷୋଭ

କାମାକ୍ଷାନଗର :୨୦.୧୦.୨୧ :- ଶିକ୍ଷୟିତ୍ରୀ ମମତା ମେହେର ହତ୍ୟା ଘଟଣା କୁ ନେଇ କାମାକ୍ଷାନଗର ସବଡିଭିଜନ ବିଜେପି ଯୁବମୂର୍ଚ୍ଛା ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଘଟଣାରେ ସମ୍ପୃକ୍ତି ଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟସଂକର ମିଶ୍ର୍ ଙ୍କ କୋଶପୋତଲିକା ଦାହ କରାଯାଇଛି ।ଏହି ବିକ୍ଷୋଭ ପ୍ରଦର୍ଶନ ବିଜେପି ଯୁବମୋର୍ଚ୍ଚା ରାଜ୍ଯ ସମ୍ପାଦକ ଦୀପକ କୁମାର ଗୋଚ୍ଛାୟତ ଙ୍କ ନେତୃତ୍ଵରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ସ୍ଥାନୀୟ ତାରିଣୀ ମନ୍ଦିର ଠାରୁ ବାହାରି ହନୁମାନ ମନ୍ଦିର ଛକ ପର୍ଯ୍ୟନ୍ତ ରାଜ୍ଯ ସରକାରଙ୍କ ଅପାରଗତା ସହ ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ମନ୍ତ୍ରୀ ଦିବ୍ୟଶଂକର ମିଶ୍ର୍ ଙ୍କ ଇସ୍ତଫା ଏବଂ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଉଭୟଙ୍କ କୋଶପୋତଲିକା ଦାହ କରିଛନ୍ତି ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *