କନ୍ଧମାଳ ଆମ୍ବେଦକର ସ୍ମୁତି କମିଟିର ସମ୍ବିଧାନ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

କନ୍ଧମାଳ, ଫୁଲବାଣୀ ତା୧୩/୦୯/୨୦୨୫ ଆଜି ସ୍ଥାନୀୟ ଫୁଲବାଣୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ପାଖ କୁଇ ସମାଜ ସେବା ସମିତି ଗୃହ ଫୁଲବାଣୀ ଠାରେ କନ୍ଧମାଳ ଆମ୍ବେଦକର ସ୍ମୁତି କମିଟି ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବସିଥିଲା ।ଏହି ଠାରେ ସ୍ମୁତି କମିଟିର ସଭାପତି ଶ୍ରୀ ସମୀର ଘଟାଲ୍,କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ଦିଗାଲ, ସଂଯୋଜକ ଶ୍ରୀ ବିରେନ୍ଦ୍ର କହଁର, କୁସାଧ୍ୟକ ଶ୍ରୀ ତ୍ରିନାଥ ମାଝୀ ଓ ସର୍ବ ଭାରତୀୟ ଜିଲ୍ଲା ଅନୁସୂଚିତ ଜାତିର ଉପ ସଭାପତି ଦିବାକର ଦିଗାଲ ଙ୍କ ନେତୃତ୍ବରେ ଆସନ୍ତା ୨୬/୧୧/୨୦୨୫ ରିଖରେ ଫୁଲବାଣୀ ସଦର ମହକୁମାରେ ସମ୍ବିଧାନ ଦିବସ ପାଳନ କରିବା, ଉକ୍ତଦିନ ସହରର କୌଣସି ସ୍ଥାନରେ ବାବା ସାହେବ୍ ଙ୍କ ପ୍ରତିମୂର୍ତ୍ତି , ବିର୍ଷ। ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳିତ ପାରିବ ପାଇଁ ୧୫ ଜଣୀ ଆ କମିଟି ଗଠନ କରାଯାଇ ଏହି ଦିବସ ଟିକୁ ଲୋକାଭିମୁଖୀ ଓ ସମ୍ବିଧାନରେ ସମସ୍ତ ବର୍ଗର ଜନସାଧାରଣ ଙ୍କ ପାଇଁ ବାବା ସାହେବ କି ପ୍ରକାର ବ୍ୟବସ୍ଥା କରିଛନ୍ତି ତାହା ସମସ୍ତେ ଜାଣିବା ନିହାତି ଆବଶ୍ୟକ ରହିଅଛି ।ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସଭାପତି ସମିର୍ ଘଟାଲ୍ ଓ କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ଦିଗାଲ କହିଥିଲେ ।ଏହି ମହତ କାର୍ଯ୍ୟରେ ।କୁଇ ସମାଜ ସେବା ସମିତିର ସମ୍ପାଦକ ଅବନୀ କହଁର, ଖିଷ୍ଟ ସମାଜର ମୁଖ୍ୟ ପ୍ରଶ୍ନ ବିଶୋଇ, ମୁସଲମାନ ସମ୍ପ୍ରଦାୟର ବରିଷ୍ଟ ନାଗରିକ ବା ବୁଦ୍ଧିଜୀବୀ ଜାକିର ହୁସେନ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସଭାପତି ବିନୋଦ କୁମାର ପ୍ରଧାନ, ପ।ଣ ସମାଜର ବରିଷ୍ଟ ନେତୃତ୍ଵ ପଙ୍କଜ ବେହେରା । କନ୍ଧମାଳ ଜିଲ୍ଲା ଏସି ଫେଦେରସନ୍ ଶାଖାର ସମ୍ପାଦକ ଶ୍ରୀ ଉଦ୍ଧବ ଚନ୍ଦ୍ର ଦିଗାଲ ଉପସ୍ଥିତ ଥିଲେ ।ଶେଷରେ ସଂଯୋଜକ ଶ୍ରୀ ବିରେନ୍ଦ୍ର କହଁର ,ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *