କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା -୨୦୨୫

କନ୍ଧମାଳ୧୪/୦୫ /୨୦୨୫ ଫୁଲବାଣୀ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା କମିଟିର କର୍ମ କର୍ତ୍ତା ଙ୍କ ମହାନତା ନଜରକୁ ଆସିଛି । ଶୁଣିବାକୁ ମିଳୁଛି କି ଫୁଲବାଣୀରେ କୋରାନେସନ୍ ପଡ଼ିଆରେ ହୋଇଥିବା ବୈଶାଖୀ ଉତ୍ସବ ବାଣିଜ୍ୟ ମେଳାରେ ମିଳିଥିବା କିଛି ଅର୍ଥ କୁ ଅନୁଷ୍ଠିତ ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା -୨୦୨୫ ର ଲାଭାଂଶ ଅର୍ଥ ୧୧ ହଜାର ୧୧୧ ଟଙ୍କା ବୁଧବାର କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା -୨ ୦୨୫ କମିଟି ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସୁନୀଲ ପଟ୍ଟନାୟକ, ଓ ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ତଥା ସାମ୍ବାଦିକ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କୁ ଜିଲ୍ଲାପାଳ କାର୍ଯ୍ୟାଳୟ ଭେଟି ୧୧ହଜାର ୧୧୧ ଟଙ୍କା ମୂଲ୍ୟର ଏକ ଚେକ୍ ପ୍ରଦାନ କରିଥିଲେ l ତେବେ ସ୍ଵତଃ ପ୍ରବୃତ୍ତ ଭାବେ ବାଣିଜ୍ୟ ମେଳା- ୨୦୨୫ କମିଟି ପକ୍ଷରୁ ରେଡକ୍ରସ୍ କୁ ଆର୍ଥିକ ସହାୟତା ପ୍ରଦାନ କରି ସହଯୋଗ କରିଥିବାରୁ ଜିଲ୍ଲାପାଳ କନ୍ଧମାଳ କର୍ମକର୍ତ୍ତା ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ l

Leave a Reply

Your email address will not be published. Required fields are marked *