କନ୍ଧମାଳ ଜିଲ୍ଲା ଆଲକୋହଲ ଟ୍ରୀ ସଲପ ଗଛ ।

କନ୍ଧମାଳ ଜିଲ୍ଲା ଆଲକୋହଲ ଟ୍ରୀ ସଲପ ଗଛ । କନ୍ଧମାଳର ଆଲକୋ ହଲ ଟ୍ରି ହେଉ ଛି ସଲପ ଗଛ! ଏହି ଗଛ ର ଲମ୍ବା ୨୫ ରୁ ୩୦ ଫୁଟ ହେବ, ପଇଡ଼ ଓ ନଡ଼ିଆ ଗଛ ସଦୃଶ୍ୟ ସଲପ ଗଛ ରୁ ସଲପ ରସ ବାହାରେ, ଏହି ରସ ଭାରି କଡା ଓ ପ୍ରବଳ ନିଶା । ସ୍ପିରିଟ ଅଂଶ ଏହି ରସରେ ଅଧିକ ଥାଏ ।ଏହି ରସ ପିଇଲେ ପ୍ରବଳ ନିଶା ହୁଏ । କନ୍ଧମାଳର ବିଭିନ୍ନ ବର୍ଗର ର ଲୋକ ଗ୍ରାମାଞ୍ଚଳରେ ସେବନ କରିଥାନ୍ତି ନିଶା ଚୁର ହୋଇଯାଆନ୍ତି । ଶୀତ ଦିନେ ଏହି ରସ ଗ୍ରାମରେ ସଲପ ରସ ସଲପ ଗଛ ତଳେ ବସି ପିଅନ୍ତି । ଏକ ସୁକିଲା ଲାଉ ତୁମ୍ବାରେ ସଲପ ଦିଆଯାଏ । ତେବେ ଏହି ଗଛ କୁ ବାଉଁଶ ସିଡ଼ି ସାହାଯ୍ୟରେ ଚଢି ଥାନ୍ତି ଓ ବିନା ସିଡ଼ି ରେ ବି ଚଢି ଥାଆନ୍ତି, ଗଛର ଶୀର୍ଷ ରେ ଛୁରୀ ଦ୍ୱାରା କାଟି ସେଠାରେ ଏକ ହାଣ୍ଡି ବାନ୍ଧି ଥାଆନ୍ତି, ତା ପରଦିନ ସକାଳୁ ହାଣ୍ଡିରେ ଝରି ଥିବା ରସ ଭର୍ତ୍ତି ହୋଇଥାଏ ।

ହାଣ୍ଡିକୁ ତଳକୁ ଆଣି ଟିକେ ପାଣି ମିଶାଇ ରସିଆ ରସ ବିକ୍ରି କରିଥାଏ । ଏହି ଗଛ ଗୁଡିକୁ ରସିଆ ରସ ବାହାର କରିବା ଲୋକ ଟେଂଡର ଭଳି ପଇସା ବାନ୍ଧି ନିଲାମ ନେଇଥାଏ । ଏହି ଗଛ କନ୍ଧମାଳରେ ପ୍ରାୟ ଜଙ୍ଗଲରେ ଭରପୁର ଥାଏ । ଗ୍ରାମରେ ଯଦି କିଏ ଅନାବ ସନାଵ କଥା କହେ କିମ୍ବା ଇଆଡୁ ସିଆଡୁ ଅଯୌ କ୍ତିକ କଥା କହେ ତେବେ ଲୋକେ ତାକୁ କହନ୍ତି କଣରେ ସଲପ ପକେଇଛୁ କି ବୋଲି ପଚାରନ୍ତି ।ମୋଟ ମୋଟୀ କହିବାକୁ ଗଲେ ସଲପ ଗଛ କନ୍ଧମ। ଳ ଜିଲ୍ଲାର ଏକ ବ୍ୟବସାୟୀ ଜିନିଷ ଯାହା କିଛି ଲୋକ ଏହାକୁ ବିକି ପେଟ ପଡୁଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *