ବିଜେପି ସରକାର ଦେଶ ବାସୀଙ୍କୁ କ୍ଷମା ମାଗନ୍ତୁ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ।
କନ୍ଧମାଳ,ଫୁଲବାଣୀ, ନେସନାଲ ହେରାଲଡ୍ଡ କେଶରେ ଦେଶ ବାସୀ ଙ୍କୁ କ୍ଷମା ମାଗନ୍ତୁ ବୋଲି ରାଜ୍ୟ କଂଗ୍ରେସ କମିଟି ର କନ୍ଧମାକ ଜିଲ୍ଲା କଂଗ୍ରେସ କମିଟି ଫୁଲବାଣୀ ସହର ରେ ଡ଼ି ଡ଼ି ସି ସି ସଭାପତି ଚନ୍ଦ୍ର ଶେଖର ପରିଡା ଙ୍କ ନେତୃତ୍ୱରେ ଏକ ପ୍ରତିବାଦ ରାଲି ରେ ସହର ପରିକ୍ରମା ହୋଇଥିଲା । ନେସନାଲ ହେରାଲ୍ଲଡ କେଶ ରେ ୨୦୧୪ ରେ ସାଂସଦ ଶୁଭ୍ରମନିୟମ ସ୍ୱାମୀ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କ ବିରୁଦ୍ଧରେ ନେସନାଲ ହେରାଲଡ୍ଡ ରେ ମନି ଲଣ୍ଡ୍ରିଙ୍ଗ ହେଇଛି ବୋଲି ଇ ଡ଼ି ରେ ଅଭିଯୋଗ ଦେଇଥିଲେ । ଗତ ୧୫ ଏପ୍ରିଲ ୨୦୨୫ ରେ ଇ ଡ଼ି ଚାର୍ଜସିଟ ଫାଇଲ କରିଥିଲା । ଆଜି ଜଷ୍ଟିସ ଵିଶାଲ ଗୋଗ୍ନେ ଚାର୍ଜସିଟ କୁ ବିଚାର କରି କେଶ ର କୋଗନିଜେନ୍ସ ନେବାକୁ ଅଗ୍ରାହ୍ୟ କରିଛନ୍ତି । ଜଣେ ବ୍ୟକ୍ତିର ଅଭିଯୋଗ କ୍ରମେ ଚାର୍ଜସିଟ କରାଗଲା କିପରି ଏବଂ ଏହା କେଶ ହେଉ ନାହିଁ । ଫଳରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ ରାହତ ମିଳିଛି ।ଏହି ମାମଲାରେ କଂଗ୍ରେସ ର ବିଜୟ ହୋଇଛି ଏବଂ ସତ୍ୟର ଜୟ ହୋଇଛି ବୋଲି ସାଂସଦ ତଥା କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

କୌଣସି ସମ୍ପତି, ଜମି ବିକ୍ରି କିମ୍ୱା ପଇସା ବାହାର କରିପାରିବେ ନାହିଁ ବୋଲି ଦସ୍ତାବୀଜ ରେ ଆଇନଗତ ଭାବେ ଉଲ୍ଲେଖ ଅଛି ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି । ବରିଷ୍ଠ ନେତା ମନୁ ସିଂଘବି, ଶ୍ୟାମ ପୀଟ୍ରୋଡା ଓ ପୱନ ଖେଡା ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରତିବାଦ ରାଲିରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗ।ଲ, ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ମହାନ୍ତି, ଏକ୍ସ ଏକ ୱାଇ ସି ସଭାପତି ନନ୍ଦ କିଶୋର ଦାସ, ପୂର୍ବତନ ଡି ୱାଇ ସି ସଭାପତି ବସନ୍ତ କୁମାର ପାଢ଼ୀ, ବରିଷ୍ଟ କଂଗ୍ରେସ ନେତୃତ୍ବ ହେମନ୍ତ କର, ସଂସାର ଭୋଇ ପଞ୍ଚାନନ ମୁଖି ରାଜୀବ ଲଚନ ସାହାଣୀ, ସୋରଜ୍ ପ୍ରଧାନ, ଦୁର୍ଯ୍ୟଧନ ପଟ୍ଟନାୟକ,ଓ ସୁବାସ ନାୟକ ପ୍ରମୁଖ ରାଲିରେ ଉପସ୍ଥିତ ଥିଲେ । ଏହି ପରି ପ୍ରେଖିରେ କଂଗ୍ରେସ କାର୍ଯ୍ୟାଳୟ ଠାରେ ଯୁବ କଂଗ୍ରେସ ସମ୍ପାଦକ ଶ୍ରୀ ସଞ୍ଜୟ କହଁର ନେତୃତ୍ୱରେ ଏକ ପ୍ରତିବାଦ ସଭା କରାଯାଇଥିବା ଦେଖିବାକୁ ମିଳିଥିଲା ।
