କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ ।

କନ୍ଧମାଳ, ଫୁଲବାଣୀ ତା ୦୨/୧୦/୨୦୨୫, କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ,ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି,ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡ଼ାଙ୍କ ପ୍ରଚେଷ୍ଟାରେ ତା ୨. ୧୦. ୨୦୨୫ ରିଖ ରେ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ସ୍ଥାନୀୟ ଗାନ୍ଧୀ ଛକ ପେଂଜିସ।ହି ଠାରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।ଏହି ମହତ କାର୍ଯ୍ୟରେ ଜିଲ୍ଲା ବରିଷ୍ଟ କଂଗ୍ରେସ ନେତା ଅଭିମନ୍ୟୁ ବେହେରା , ଅନାମ ନାୟକ, ହେମନ୍ତ କର, ରାଧାକାନ୍ତ ଦିଗାଲ,ପ୍ରଭାତ କୁମାର ବେହେରା, ରାଜୀବ ଲୋଚନ ସାହାଣୀ , ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ, ଓ ପଞ୍ଚାୟତରେ ଯେଁଉ ସ୍ଥାନରେ ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କର ପ୍ରତିମୂର୍ତ୍ତି ଅଛି ସେହି ଜାଗାରେ ପୁଷ୍ପମାଲ୍ୟ ଯେଁ ଉ ଠାରେ ପ୍ରତି ମୂର୍ତ୍ତି ନାହିଁ ସେହି ଠାରେ ଫଟୋ ରଖି ଜୟନ୍ତୀ ପାଳନ, କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା, ଗାନ୍ଧୀ ପଥେ ଓଡ଼ିଶା ଅନୁସରଣ କରି ଏକ କିଲୋମିଟର ପଦଯାତ୍ରା କରି ଜନ ଗହଳି ଜ।ଗା ,ବା ଛକରେ ସମାପ୍ତ କରିବା ପାଇଁ ଜିଲ୍ଲା ସଭାପତି ସମସ୍ତ କର୍ମିକୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *