ସଫଳ ହେଲା କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ର ବନ୍ଦ ଡାକରା

୧୭/୦୭/୨୦୨୫ ଫୁଲବାଣୀ ସହରରେ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଦାସ ବହୁ ଚର୍ଚ୍ଚିତ ସୌମ୍ୟଶ୍ରୀ ଆତ୍ମ ହତ୍ୟା ବିରୁଦ୍ଧରେ ଓଡ଼ିଶା ବନ୍ଦ ଡାକରାରେ ଅନୁପ୍ର।ଣୀତ ହୋଇ ଆଜି କନ୍ଧମାଳ ଜିଲ୍ଲା ର ସଦର ମହକୁମା ଫୁଲବାଣୀ ରେ ପୂର୍ବତନ ଜିଲ୍ଲା ସଭାପତି ବା ବର୍ତ୍ତମାନର ଜିଲ୍ଲା ସଂଯୋକ ଶ୍ରୀ ଚନ୍ଦ୍ର ଶେଖର ପରିଡ଼ା, କନ୍ଧମାଳ ଜିଲ୍ଲା ଓବିସି ସେଲର ସଭାପତି ସୂର୍ଯ୍ୟକାନ୍ତ ଦାସ, କିଶ।ନ ସେଲ୍ ର ସଭାପତି ହେମନ୍ତ କର, ବରିଷ୍ଟ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମଜଦୂର ସଂଘର ସଭାପତି ଘନଶବର,ଉପ ସଭାପତି ମିଲନ ନାୟକ, ଓ ପୂର୍ବତନ ନଗର ସଭାପତି ବସନ୍ତ ପାଢ଼ୀ, ବାବୁଲା ବେହେର, ଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ଶାନ୍ତି ପୂର୍ଣ୍ଣ ଭାବରେ ରାଜ୍ୟ ସଭାପତି ଦେଇଥିବା ଓଡ଼ିଶା ଵନ୍ଦ ଡାକରା କୁ ସଫଳ କରିବା ପାଇଁ ସହରରେ ଗତ କାଲି ଡାକବାଜି ଯନ୍ତ୍ର ମାଧ୍ୟମରେ ଘଷଣା କରିଥିଲେ ସୁଦ୍ଧା ସ୍ବର୍ଗତ ସୌମ୍ୟ।ଶ୍ରୀ ଙ୍କ ପାଇଁ ନ୍ୟାୟଦ।ବି କରି ଆଜି ସକାଳୁ ଶହ ଶହ କଂଗ୍ରେସ କର୍ମୀ ବାହାରି ଫୁଲବାଣୀ ସହର କୁ ଶାନ୍ତି ପୂର୍ଣ୍ଣ ଭାବରେ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ, ଗାଡ଼ି ମୋଟର ସରକାରୀ କାର୍ଯ୍ୟାଳୟ ବନ୍ଦ କରି ସ୍ବର୍ଗତ ସୌମ୍ୟଶ୍ରୀ ବିଶି ଙ୍କୁ ନ୍ୟାୟ ମିଲିବ। ନେଇ ଏହି ବନ୍ଦ ଡାକରା ଦେଇଥିବା କଥା ଓବିସି ସେଲର ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଦାସ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ସେହିପରି ରାଷ୍ଟ୍ରୀୟ ମଜଦୂର ସଂଘର ସଭାପତି ଶ୍ରୀ ଘନ ଶବର ଚଳିତ ବିଜେପି ବା ମହୋନ ମାଝି ସରକାର ରେ ଛାତ୍ରୀ ବା ମହିଳା ସୁରକ୍ଷିତ ନ ଥିବା କହି ମହୋନ ସରକାର ଶାସନ ଗ।ଦିରେ ବସିବାର କୌଣସି ହକଦ।ର ନାହିଁ ବଲି ବରିଷ୍ଟ କଂଗ୍ରେସ ନେତା ଘନ ଶବର କହିଥିଲେ । ସୌମ୍ୟା ଶ୍ରୀ ଙ୍କୁ ନ୍ୟାୟ ନ ମିଳିବା ଯାଏ ଏ ଲଡ଼େଇ ଜାରି ରହିବ ବୋଲି ଶ୍ରୀ ସୂର୍ଯ୍ୟ କାନ୍ତ ଦାସ କହିଥିଲେ । ସେମିତି ଜିଲ୍ଲାର ବାରଗୋଟି ବ୍ଲକରେ ଯଥା – ବାଲିଗୁଡା, ତୁମୁଡ଼ିବନ୍ଧ, ଦାରିଂବାଡ଼ି, କୋଟଗଡ଼,ଘୁ, ଉଦୟଗିରି, ଟିକାବାଲି, ନୂଆ ଗାଁ,ଚକାପାଦ, ଖଜୁରୀପଡ଼ା, ଫିରିଙ୍ଗିଆ, ଫୁଲବାଣୀ, ଜି ,ଉଦୟଗିରି ଏନ ଏସି ଓ ବାଲିଗୁଡା ଏନ୍ ଏ ସି ରେ ବନ୍ଦ ର ପ୍ରବାହ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *