କନ୍ଧମାଳ ଜିଲ୍ଲା କଂଗ୍ରେସ ର ଭୋଟ ଚୋରି ଦସ୍ତଖତ ଅଭିଯାନ ବା ମିଶ୍ରଣ ପର୍ବ ।

କନ୍ଧମାଳ , ଫୁଲବାଣୀ ୧୧/୧୦/୨୦୨୫ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଚନ୍ଦ୍ର ଶେଖର ପରିଡ଼ା ଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲା କଂଗ୍ରେସ କର୍ଯ୍ୟକଳୟ ଠାରେ ଜିଲ୍ଲା ର ବିଭିନ୍ନ ବ୍ଲକ ଓ ୧୭୧ ପଞ୍ଚାୟତ ରୁ ଶତାଧିକ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଏହି ମହତ୍ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କନ୍ଧମାଳ ପର୍ଯ୍ୟବେକ୍ଷକ ଶ୍ରୀ ହୁସେନ ଖାଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କେନ୍ଦ୍ର ର ବି ଜେ ପି ସରକାର କିପରି ଭାବରେ ଭୋଟ ଚୋରି କରି କେନ୍ଦ୍ରରେ କ୍ଷମତାସୀନ ହାଇଅଛି ତାହାଉପରେ ଟିପଣି ପ୍ରଦାନ କରିଥିଲେ । କେନ୍ଦ୍ର ସରକାର ଏହି ଦୁର୍ନୀତି ବିରୋଧରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତକୁ କୁ ଯାଇ ସମସ୍ତ ଭୋଟର ଙ୍କୁ, କେନ୍ଦ୍ର ସରକାରଙ୍କ ଏହି ଦୁର୍ନୀତି କୁ ବିରୋଧ କରିବା ପାଇଁ ଜିଲ୍ଲାର ପ୍ରତି ଘରକୁ ଘରକୁ ଯାଇ ଦସ୍ତକତ୍ କରି ଏହିସବୁ ବିବରଣୀ କେନ୍ଦ୍ର କମିଟି ଜରିଆରେ ଭାରତର ମହାମ।ହିମ ରାଷ୍ଟ୍ରପତି ଙ୍କୁ ଦେବା ପାଇଁ ଏହି କାର୍ଯ୍ୟ ବୋଲି ଶ୍ରୀ ଖାଁ କହିଥିଲେ ।ସଭାପତି ଶ୍ରୀ ଚନ୍ଦ୍ର ଶେଖର ପରିଡ଼ା ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଏହି ଭୋଟ ଚରି ମାମଲାକୁ ଜିଲ୍ଲାରେ ୫୦ ହଜାରରୁ ଉର୍ଦ୍ଧ୍ବ ଦସ୍ତଖତ କରିବାର କାର୍ଯ୍ୟ କ୍ରମ ଥିବାର ଯୋଜନା ରହିଛି । ଯାଜିଯାଏ ୨୦,୦୦୦ ଉର୍ଦ୍ଧ ଦସ୍ତ ଖତ୍ ଜିଲ୍ଲାର କର୍ମୀ ମାନେ ଘର କୁ ଘର ବୁଲି କରିଥିବା ଶ୍ରୀ ପରିଡ଼ା ସମସ୍ତ ଦସ୍ତ। ବୀଜ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଦେଖାଇ ଥିଲେ ।କନ୍ଧମାଳ ଜିଲ୍ଲାର ଘୁ,ଉଦୟଗିରି ବ୍ଳକ ର ବି ଜେ ଡି କର୍ମୀ କେନ୍ଦ୍ରର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଓ ଘୁ,ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମକୁ ଅନୁସରଣ କରି କଂଗ୍ରେସ ରେ ଯୋଗଦେଇଥିବା କଥା କହିଥିଲେ ।ବିଧାୟକ ଶ୍ରୀ ପ୍ରଧାନ କେନ୍ଦ୍ରସରକାରଙ୍କ ଏହି ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଆବଶ୍ୟକ ସ୍ଥଳେ କେନ୍ଦ୍ର ସରକାର ଙ୍କ ଏହିସବୁ କାର୍ଯ୍ୟକ୍ରମକୁ ବିରୋଧ କରିବୁ ବଲି ଶ୍ରୀ ପ୍ରଧାନ କହିଥିଲେ ।ଏହି କାର୍ଯ୍ୟ କ୍ରମରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ରଜତ ମହାନ୍ତି, ବସନ୍ତ କୁମାର ପାଢ଼ୀ, ବରିଷ୍ଟ କଂଗ୍ରେସ ନେତା ହେମନ୍ତ କର, ରାଜୀବ ଲୋଚନ ସାହାଣୀ, ବିଜୟ ମହାନ୍ତି, ସାଧବାଣୀ କହଁର, ସଂଯୁକ୍ତ କହଁର, ସଞ୍ଜୟ କହଁର,ଯୁବ ନେତୃତ୍ବ ଅନୁପ କହଁର ଓ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *