କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘର ବୈଠକ,ଆନ୍ଦୋଳନକୁ ଓହ୍ଲାଇବl ପାଇଁ ପ୍ରସ୍ତୁତି l
ଫୁଲବାଣୀ:ନିପ୍ର:-୦୫/୦୯ ଓଡ଼ିଶା ରାଜ୍ୟ ସମିତିସଭ୍ୟ/ସଭ୍ୟା ପରିବାରର ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନଭାବ ପାଇଁ ପୁଣି ଆଉଥରେ ରାଜ୍ୟର ସମସ୍ତ ସମିତିସଭ୍ୟ/ସଭ୍ୟା ଆନ୍ଦୋଳନକୁ ଓଲ୍ହାଇବାକୁ ରାଜ୍ୟ ସଙ୍ଘ ପକ୍ଷରୁ ଆହ୍ୱାନ ହୋଇଛି l ଏନେଇ ସମସ୍ତେ ତତ୍ପରତା ହୋଇ ଉଠିଥିବା ଜଣାପଡ଼ିଛି l ଆସନ୍ତା ୧୮ ତାରିଖ ଠାରୁ ରାଜ୍ୟ ସରକାରଙ୍କର ମୌସୁମୀ ଅଧିବେଶନ ବସୁଥିବା ବେଳେ ଏହାକୁ ଆଖିଆଗରେ ରଖି ସମିତିସସଭ୍ୟ/ସଭ୍ୟା ମାନେ ମଧ୍ୟ ସେହି ୧୮ ତାରିଖ ଠାରୁ ପୂର୍ବରୁ ଦେଇଥିବା ଦାବି ଗୁଡ଼ିକ ଉପରେ ସରକାର ଦୃଷ୍ଟି ଆକର୍ଷଣ କରିବା ପାଇଁ ଆନ୍ଦୋଳନକୁ ଓଲ୍ହାଇ ଭୁବନେଶ୍ୱର ରୟାଲ ପି.ଏମ.ଜି ଠାରେ ଗଣ ଧାରଣା ଦିଆଯିବ ଓ ସମାବେଶ ମଧ୍ୟ କରାଯିବ ବୋଲି ଗତ ଅଗଷ୍ଟମାସ ୨୫ ତାରିଖରେ ଭୁବନେଶ୍ୱର ଠାରେ ରାଜ୍ୟ ସଙ୍ଘ କମିଟି ପକ୍ଷରୁ ଏକ ବୈଠକ ବସି ନିଷ୍ପତି କରାଯାଇ ଥିଲା l ନିଷ୍ପତି ଅନୁଯାୟୀ ପ୍ରତ୍ୟକ ଜିଲ୍ଲାରେ ଏଥି ପାଇଁ ପ୍ରସ୍ତୁତି ହେବାକୁ ଆହ୍ୱାନ କରାଯାଇଥିବା ବେଳେ l ଗତ ବୁଧବାର ଦିନ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ମହାସଂଘ ପକ୍ଷରୁ ଜିଲ୍ଲା ସଭାପତି ତଥା ରାଜ୍ୟ ଉପ-ସଭାପତି ବୈଦ୍ୟନାଥ ବେହେରା ଙ୍କ ନେତୃତ୍ୱରେ ଆନ୍ଦୋଳକୁ ଯୋଗ ଦେବାପାଇଁ ଜିଲ୍ଲା ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ବନ୍ଧଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାର ୧୨ ବ୍ଲକର ସମସ୍ତ ସମିତିସଭ୍ୟ/ସଭ୍ୟା ଉପସ୍ଥିତ ରହି ରାଜ୍ୟ ସଂଘର ଆନ୍ଦୋଳନ ନିଷ୍ପତିର ଆହ୍ୱାନ କୁ ଗ୍ରହଣ କରିଥିଲେ ଓ ଜିଲ୍ଲାରେ ମଧ୍ୟ ସମାବେଶ କରିବାକୁ ମତାମତ ଦେଇଥିଲେ l ପ୍ରକାଶ ଥାଉକି ପୂର୍ବରୁ ରାଜ୍ୟ ସମିତିସଭ୍ୟ/ସଭ୍ୟା ପକ୍ଷରୁ ୬ ଦଫା ଦାବିପତ୍ର ରାଜ୍ୟ ସରକାରଙ୍କୁ ଅନେକଥର ଦିଆଯାଇଥିଲେ ସୁଧା ସରକାର ଏଥିପ୍ରତି ଦୃଷ୍ଟି ଦେଇନଥିବା ଯୋଗୁଁ ଏବଂ ଦାବି ଗୁଡ଼ିକ ଉପରେ କୌଣସି ବିଚାର କରି ନଥିବା ଫଳରେ ସମିତିସଭ୍ୟ/ସଭ୍ୟା ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ତେଣୁ ଏହାକୁ ଘୋର ନିନ୍ଦାକରି ପୁଣି ଆଉଥରେ ଆନ୍ଦୋଳନକୁ ଓଲ୍ହାଇ ଗଣ ଧାରଣାରେ ବସିବେବୋଲି ଜଣାପଡ଼ିଛି l ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଜାନକୀ କହଁର,ଅକ୍ଷୟ କୁମାର ନାୟକ,ଜିଲ୍ଲା ଉପ ସଭାପତି ଜୁନେସ ଦିଗାଲ,ସାଧାରଣ ସମ୍ପାଦକ କିରାପ ପ୍ରଧାନ,କାର୍ଯ୍ୟକାରୀ ସଭାପତି ଭାଗ୍ୟବାନ ବେହେରା,ମୁଖ୍ୟ ପଦେଷ୍ଠା ଧବଳେଶ୍ୱର ପାତ୍ର,କୋଷାଧକ୍ଷ ପରେଶ୍ୱର କହଁର,ଉପାଧ୍ୟକ୍ଷା ପ୍ରସ୍ମିତା ପ୍ରଧାନ, ଉପାଧକ୍ଷ ସିନିବାସ ମଲିକ,ବ୍ଲକ ସଭାପତି ସାଧୁ ଚରଣ ନାୟକ,ଦୟାନିଧି ମଲିକ, ପଞ୍ଚାନନ ଦିଗାଲ,ବିଲୁଙ୍ଗିଆ ମାଝୀ,କୁନାଲ ଦିଗାଲ,ପଦ୍ମ ଚରଣ ପାତ୍ର,ମନୋଜ ଦଳବେହେରା ବରିଷ୍ଠ ଉପଦେଷ୍ଟା ଶ୍ୟାମଘନ ମଲିକ ପ୍ରମୁଖ ଉପସ୍ଥିତ ଥିଲେ l
