କନ୍ଧମାଳ ଜିଲ୍ଲାପାଳ ଙ୍କ ଷ୍ଟ୍ରବେରୀ ଚାଷ ପ୍ରଚେଷ୍ଟା ଆଦିବାସି ମହିଳା ଙ୍କ ଆର୍ଥିକ ମେରୁଦଣ୍ଡ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବେରେଡାକିଆ ଗ୍ରାମ ପଞ୍ଚାୟତ ପାଡ଼ାଙ୍ଗୀସୁଗା ଗ୍ରାମ ରେ ଅନ୍ନପୂର୍ଣା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ଦଶ ଜଣ ସଭ୍ୟା ଙ୍କ ଦ୍ୱାରା ଷ୍ଟ୍ରବେରୀ ଚାଷ କରା ଯାଇଅଛି।ଏହି ଷ୍ଟ୍ରବେରୀ ଚାଷ କନ୍ଧମାଳ ଜିଲ୍ଲା ପ୍ରଶାସନ ବା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ପ୍ରଚେଷ୍ଟା ଫଳ ରେ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ର ଗରିବ ମହିଳା ମାନ ଙ୍କ ମୁଖରେ ହସ ଫୁଟାଇବା ସହିତ ଆର୍ଥିକ କ୍ଷେତ୍ର ରେ ଉନତି ଆଣିବାରେ ଏହି ଷ୍ଟ୍ରବେରୀ ଚାଷ ସହାୟକ ହୋଇ ପାରିଛି।କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପ୍ରଶାସନ ଓ ଓଡିଶା ଜୀବିକା ମିଶନ ତରଫ ରୁ ବ୍ଲକ ପ୍ରକଳ୍ପ ପରିଚାଳକ ଶ୍ରୀ ଜୟଦେବ ପ୍ରଧାନ ଙ୍କ ବଳିଷ୍ଠ ନେତୃତ୍ୱ ରେ ଅନ୍ନପୂର୍ଣା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଏହିଭଳି ବ୍ଲକ ର ପାଞ୍ଚ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆର୍ଥିକ ଏବଂ ସାମାଜିକ ଓ ମାନସିକ ସ୍ତର ରେ ଉପକୃତ ହେବା ସହିତ ନିଜ ପରିବାର ସକାଶେ ଉନତି ଆଣିପାରି ଅଛନ୍ତି।ସେଥିପାଇଁ ଅନପୂର୍ଣ୍ଣା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସମସ୍ତ ମହିଳା ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave a Reply

Your email address will not be published. Required fields are marked *