କନ୍ଧମାଳ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓ ମାରାଥନ ଗଣଦୌଡ଼ା

lଫୁଲବାଣୀ:ନିପ୍ର:-୧୬/୧୧ ଆଜି କନ୍ଧମାଳ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୫ ପାଳନ ପରିପ୍ରେକ୍ଷୀରେ ଏକ ମିନି ମାରାଥନ୍ ” ସାଇବର ସୁରକ୍ଷା ପାଇଁ ଗଣଦୌଡ” ଆୟୋଜିତ ହୋଇଯାଇଛି। ମାନ୍ୟବର ସାଂସଦ, କନ୍ଧମାଳ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ, ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ବେଦ ଭୂଷଣ, ଆରକ୍ଷୀ ଅଧିକ୍ଷକ, କନ୍ଧମାଳ ଶ୍ରୀ ହରିଶ ବି.ସି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ମାରଥନଟି କୋରୋନେସନ ପଡ଼ିଆରୁ ବାହାରି ଗାନ୍ଧୀ ଛକ, ଫୁଲବାଣୀ ବସ ଷ୍ଟାଣ୍ଡ, ଫୁଲବାଣୀ ସାହି(କେନ୍ଦୁପଦର), ନାଦିଖଣ୍ଡିସାହି ଦେଇ କୋରୋନେସନ ପଡିଆରେ ଶେଷ ହୋଇଥିଲା । ପୁରୁଷ ଓ ମହିଳା ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀଯ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଟ୍ରଫି, ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ ୨୦ ପ୍ରତିଯୋଗୀଙ୍କୁ ପଦକ ଓ ମାନପତ୍ର ଏବଂ ଶ୍ରେଷ୍ଠ ୩୦ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇଥିଲା ।

ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ, ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ମହାପାତ୍ର, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ ସନ୍ତୋଷ କୁମାର ପାଢ଼ୀ, ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ-ତଥା- ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗଦାଧର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ବାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ସୋମ୍ୟରଞ୍ଜନ ପାତ୍ର, ଏସଡିପିଓ ରାଜେନ୍ଦ୍ର ପ୍ରସାଦ, କାର୍ଯ୍ୟନିର୍ବାହୀ ଅଧିକାରୀ, ଫୁଲବାଣୀ ପୌରପରିଷଦ ଶ୍ରୀ ସମରେଶ ମହାନ୍ତି , ଆଇସିଆଇସିଆଇ ଶାଖା ପରିଚାଳକ, ଡେପୁଟି କମାଣ୍ଡାଣ୍ଟ, ଏସ ଏସ ବିଏନ ଶ୍ରୀ ପ୍ରଦୀପ୍ତ ରାଉତ, ଡେପୁଟି କମାଣ୍ଡାଣ୍ଟ ,୧୧୬ ବିଏସଏଫ ଶ୍ରୀ ବିଭୁ ମଲ୍ଲିକଙ୍କ ସମେତ ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଶତାଧିକ ଛାତ୍ରଛାତ୍ରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *