କନ୍ଧମାଳକୁ ୧ ନମ୍ବର ଜିଲ୍ଲାରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ

ପଞ୍ଚାୟତ ରାଜ ଦିବସରେ ଭୁବନେଶ୍ୱର ଠାରେ ସମିତିସଭ୍ୟ/ସଭ୍ୟା ମହାସଂଘ କନ୍ଧମାଳକୁ ୧ ନମ୍ବର ଜିଲ୍ଲାରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ।ଫୁଲବାଣୀ:-୨୬/୦୪ ପଞ୍ଚାୟତ ରାଜ ବ୍ୟବସ୍ଥାର ସମ୍ବିଧାନ ନିୟମକୁ ସଠିକ୍ ଭାବେ କାର୍ଯ୍ୟକାରି କରାଯିବାକୁ ଓ ପଞ୍ଚାୟତ ରାଜ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରାଯାଇ ଅଧିକାରରୁ ବଞ୍ଚିତ ରଖାନଯାଇ ସମ୍ମାନ ଦିଆଯାଉ ଆଜିର ଦିନରେ ଏଥିପାଇଁ ସମସ୍ତେ ସଂକଳ୍ପ କରି ବାବୁ ରାଜ ହେଉ କିମ୍ବା ମୁଷ୍ଟିମେୟ ନେତାଙ୍କ କ୍ଷମତା ରାଜ କୁ ଦମନ କରିବା ଏହି ପରିପ୍ରେକ୍ଷୀରେ ଆଜିର ଏହି ପଞ୍ଚାୟତ ରାଜ ଦିବସରେ ସମସ୍ତ ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ଆହ୍ବାନ କରାଯାଇଛି ବୋଲି ବକ୍ତାମାନେ ଅଭିଭାଷଣରେ କହିଥିଲେ। ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ରାଜୀବଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ତରଫରୁ ଆୟୋଜିତ ପଞ୍ଚାୟତ ରାଜ ଦିବସ ପାଳନରେ ରାଜ୍ୟର ସମିତିସଭ୍ୟ/ସଭ୍ୟା ସଂଘ,ସରପଞ୍ଚ ସଂଘ ଓ ଜିଲ୍ଲା ପରିଷଦ ସଙ୍ଘର କର୍ମକର୍ତ୍ତା ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ରାଜ ବ୍ୟବସ୍ଥାର ସୁଦୃଢ଼ୀ କରଣ କ୍ଷେତ୍ରରେ ସକ୍ରିୟ ଭାଗୀଦାର ଓ ସମିତିସଭ୍ୟ/ସଭ୍ୟା ର ଅଧିକାରକୁ ସାବ୍ୟସ୍ତ କରିବାରେ ସଂଘଠନ କରି ସ୍ୱର ଉଠାଇ ଥିବାରୁ ଦକ୍ଷତା ଓ ଆଦର୍ଶ ସମ୍ମାନ ଦେଇ ରାଜ୍ୟର ୧ ନମ୍ବର ଜିଲ୍ଲାରେ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘକୁ ସମ୍ବର୍ଦ୍ଧନା ଓ ସମ୍ମାନୀତ କରାଯାଇଛି । ସେହିଭଳି ଆଉ ଅନେକ ଜିଲ୍ଲା ଗୁଡ଼ିକୁ ମଧ୍ୟ ସମ୍ମାନୀତ କରାଯାଇଛି।ଏଭଳି ଉତ୍ସଗିକୃତ କାର୍ଯ୍ୟକୁ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘ ପକ୍ଷରୁ ଉଦ୍ୟକ୍ତା ସଂଗଠନକୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଯାଇଛନ୍ତି।

Leave a Reply

Your email address will not be published. Required fields are marked *