କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଅନ୍ତର୍ଗତ ବେଡାଗୁଵା ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

ରାଇକିଆ , ବେରେଡାକିଆ ମାଣିକେଶ୍ଵର , ଗୁମାମାହା ଏବଂ ସୁଗଡବାଡି ପାଞ୍ଚ ଗୋଟି ପଞ୍ଚାୟତ ର ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ୍ବ ମହିଳା ଏବଂ ପୁରୁଷ ଜି ଉଦୟଗିରି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଙ୍କ ଉପସ୍ଥିତି ରେ ବିଜେପି ଏବଂ କଂଗ୍ରେସ ଦଳ କୁ ପ୍ରତ୍ୟାଖ୍ୟାନ କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ନୂତନ ଭାବେ ସାମିଲ ହୋଇଥିବା କର୍ମୀ ଏବଂ ଉପସ୍ଥିତ କର୍ମୀ ମାନଙ୍କୁ ଶଂଖ ଚିହ୍ନ ରେ ଭୋଟ ଦେଇ ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟ କରିବା ସକାଶେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଅନୁରୋଧ କରିଛନ୍ତି । ଏହି ମିଶ୍ରଣ ପର୍ବ ରେ ରାଇକିଆ ବ୍ଳକ ଅଧକ୍ଷ ପ୍ରୀତମ ପ୍ରଧାନ , ରାଇକିଆ ବ୍ଳକ ଉପାଧକ୍ଷା ରିନା ପ୍ରଧାନ , ବିଧାୟକ ପ୍ରତିନିଧି ସୁଶିଳ ପ୍ରଧାନ , ସାଂସଦ ପ୍ରତିନିଧି ଟୁକୁନା ପାଣିଗ୍ରାହୀ, ରାଇକିଆ ବ୍ଳକ ବିଜେଡି ସଭାପତି ରାଜମୋହନ ଦିଗାଳ , ବ୍ଳକ ସଭାନେତ୍ରୀ ଶୀତଲ ନାୟକ ଏବଂ ବହୁ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *