କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଗାନ୍ଧୀ ଜୟନ୍ତ ପାଳନ ।
କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଗାନ୍ଧୀ ଜୟନ୍ତ ପାଳନ ।
କନ୍ଧମାଳ , ଫୁଲବାଣୀ ତା ୨/୧୦/୨୦୨୫ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଏହି ଅବସରରେ କନ୍ଧମାଳ ଜିଲ୍ଲା ବିଜୁଜନତା ଦଳ ତରଫରୁ ଫୁଲବାଣୀ ପୌରପରିଷଦର ଅଧ୍ୟକ୍ଷ। ଶ୍ରୀମତୀ ପାୟେ ଲ ବେହେରା ଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ଫୁଲବାଣୀ ପଞ୍ଜିସ।ହି ଗାନ୍ଧୀ ଛକ ଠାରେ ଶ୍ରୀମତୀ ବେହେରାଙ୍କ ନେତୃତବରେ ଜିଲ୍ଲା ର ଦୁଇ ଶହ ରୁ ଅଧିକ କର୍ମୀ ଆସି ସ୍ବର୍ଗତ ଇତିହାସ ପୁରୁଷ ମହାତ୍ମାଗାନ୍ଧୀ ଙ୍କ ପ୍ରତି ମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୌରାଧ୍ୟକ୍ଷ। ଙ୍କ ସହିତ ରାଜ୍ୟ ମହିଳା ବିଜୁଜନତା ଦଳର ସମ୍ପାଦିକା ଶ୍ରୀମତୀ ପୁନମ୍ କହଁର,ଫୁଲବାଣୀ ପୌରପରିଷଦର ନଗର ସଭାପତି ଶ୍ରୀ ବିମଳ ପାଢ଼ୀ,କନ୍ଧମାଳ ବରିଷ୍ଟ ବିଜୁଜନତା ଦଳର ନେତା ତଥା ନଗର ବିଜୁଜନତା ଦଳର ଉପ ସଭାପତି ବିକ୍ରମ ବେହେରା, ଫୁଲବାଣୀ ପୌରପରିଷଦର କାର୍ଯ୍ୟକାରୀ ସଭାପତି ସୁଧୀର କହଁର, ପଞ୍ଚାନନ କହଁର, ପ୍ରତାପ ପାତ୍ର, ଦଶ ନମ୍ୱର୍ ୱାର୍ଡ ର କାଉନସିଲର ଶ୍ରୀ ବତ୍ସ ବେହେରା, ଏକ ନମ୍ବର ୱାର୍ଡର କାଉନସିଲର ମୃତୁଞ୍ଜ୍ୟ ପେର।, ତେର ନମ୍ୱର୍ ୱାର୍ଡ ର କାଉନସିଲର ମାଧବୀ ମିଶ୍ର, ଛାତ୍ର ସଭାପତି ସୁନିଲ ସେଠୀ, ଦୁଇ ନମ୍ୱର୍ ୱାର୍ଡ ର କାଉନସିଲର ସ୍ନେହଲତା ପ୍ରଧାନ, ବରିଷ୍ଟ ବିଜୁଜନତା ଦଳର ନେତୃତ୍ଵ ସତ୍ୟନାରାୟଣ ବେହେରା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ରାଜ୍ୟ ମହିଳା ବିଜୁଜନତା ଦଳର ସମ୍ପାଦିକା ଶ୍ରୀ ପୁନମ୍ କହଁର ପବିତ୍ର ଗାନ୍ଧୀ ଜୟନ୍ତୀରେ ସ୍ବର୍ଗତ ମହାତ୍ମା ଗାନ୍ଧୀ ଅମର ରହେ, ନାର।ଦେଇ ସେ ଦେଶ ସ୍ଵାଧୀନତାରେ ମୁଖ୍ୟ ଭୂମିକା ଗ୍ରହଣ କରି ଭାରତକୁ ବିଦେଶୀ ଙ୍କ ହାତରୁ ଛଡ଼ାଇ ଆଣି ଦେଶ ସ୍ଵାଧୀନ କରିଥିବା କଥା ଶ୍ରୀ ମତୀ କହଁର କହି ଥିଲେ ।ପ୍ରତି ବର୍ଷ ଭଳି ଜିଲ୍ଲାବିଯୁଜନତ।ଦଳ ଅକ୍ଟୋବର ଦୁଇ ତାରିଖରୁ ତାର ପଦଯାତ୍ରା ଆରମ୍ଭ କରିବା କଥା କିନ୍ତୁ, ଚଳିତ ବର୍ଷ ପବିତ୍ର ଶାରଦୀୟ ଦଶହରା ପୂଜା ପଡ଼ିଥିବାରୁ ଏହା ଅକ୍ଟୋବର ନଅ ତାରିଖରୁ ଆରମ୍ଭ ହେବ ବୋଲି କହିଥିଲେ । ପୂର୍ବରୁ ନବୀନ ସରକାର ଲୋକଙ୍କ ପାଇଁ ବହୁତ କିଛି କରିଥିଲେ, କିନ୍ତୁ ବର୍ତ୍ତମାନ ମହୋନ ସରକାର ଲୋକଙ୍କ ପାଇଁ କିଛି କରୁନାହାନ୍ତି ।ଖାଲି ରଙ୍ଗ ମାରିବାରେ ବ୍ୟସ୍ତ ବଲି ଶ୍ରୀ ମତୀ କହଁର କହିଥିଲେ ।
