ଦିନିକିଆ କନ୍ଧମାଳ ଗ୍ରସ୍ତରେ ପୋଲିସ ମହାନିର୍ଦେଶକ।

ଦିନିକିଆ କନ୍ଧମାଳ ଗ୍ରସ୍ତରେ ପୋଲିସ ମହାନିର୍ଦେଶକ।

ଫୁଲବାଣୀ -୨୯/୦୩/୨୦୨୬
ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱା.ବିଖୁରାନିଆ ହେଲିକlପ୍ଟରେ ଯୋଗେ ଭୁବନେଶ୍ୱର ରୁ ଆସି ଦିନ ୧୦ଘଣ୍ଟିକା ସମୟରେ ମାଦିକୁନ୍ଦା ଛକ ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଅବତରଣ କରିଥିଲେ l ସେଠାରେ ତାଙ୍କୁ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର, କନ୍ଧମାଳ ଏସପିହରିଶ ବିଶି,  ପ୍ରମୁଖ ପୁଷ୍ପ ଗୁଛଦେଇ ସ୍ବାଗତ କରିଥିଲେ । ଡିଜିପି ଖୁରାନିଆ ଙ୍କ ସମେତ ଏଡିଜିପି ସଂଜୀବପଣ୍ଡା, ଡିଆଇଜି ଅଖିଳେଶ୍ୱର ସିଂ ପ୍ରମୁଖ ଆସିଛନ୍ତି l ସେଠାରୁ ପୋଲିସ ରିଜର୍ଭ ଠାରେ ଏକ ଇଣ୍ଡୋର ସ୍ପୋର୍ଟ୍ସ କଂପ୍ଲେକ୍ସ କୁ ଉଦଘାଟିତ କରିଛନ୍ତି l ପରେ
ପରେ ଏସଓଜି, ଡିଭିଏଫ, ସିଆରପିଏଫ ଯବାନ ମାନଙ୍କ ସହିତ ଏକ ଆଲୋଚନାରେ ଭାଗ ନେଇଥିଲେ । ଯବାନ ମାନେ ଦିନରାତି ଏକକରି କମ୍ୱିଂ ଅପରେସନରେ ସାମିଲ ହେବସହ ମାଓବାଦି ଙ୍କୁ ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ କରାଇବା ସହ ଦୁର୍ଦ୍ଦାନ୍ତ ମାଓ ନେତା ଗଣେଶ ଓ ତାଙ୍କ ସହଯୋଗୀ ମାନଙ୍କୁ ଏନକାଉଣ୍ଟର କରିଥିଲେ l କନ୍ଧମାଳ ଜିଲାରେ ଗତ କିଛି ମାସ ହେଲା ମାଓମୁକ୍ତ କରିବାକୁ ସର୍ଚ୍ଚଅପରେଶନ କରାଯାଉଛି l ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଭୟଭୀତ ହୋଇ  ୭୭ ଜଣ ମାଓ ଓଡିଶା ପୋଲିସ ପାଖରେ ଓ ୨୩ ଜଣ ଓଡିଶା ରୁ ଯାଇ ଛତ୍ତିଶଗଡ଼ ଠାରେ ଆତ୍ମ ସମର୍ପଣ କରିଛନ୍ତି l ୨୭ ଜଣ ମାଓବାଦୀଙ୍କ କମ୍ବିଂ ବେଳେ ପୋଲିସ ଗୁଳିରେ ମୃତ୍ୟୁ ହୋଇଛି l ଏବେ ଗୋଟଏ ହାତ ଗଣତି ୫/୭ଜଣ ଙ୍କୁ ନେଇ ଛୋଟ ମାଓ ଗ୍ରୁପ ରହିଛନ୍ତି ତାଙ୍କୁ ମଧ୍ୟ ତୁରନ୍ତ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିବାକୁ ଡିଜିପିଖୁରାନିଆ ଅନୁରୋଧ କରିଛନ୍ତି lରବିବାର ପୋଲିସ ରିଜର୍ଭ ପଡିଆ ଠାରେ ଏହି ଅପରେସନ ରେ ଯେଉଁମାନେ ଏସଓଜି ଡିବିଏଫ୍ ଏବଂ ବିଏସ୍ଏଫ୍, ଯବlନମାନେ ସାହସିକତା ଦେଖାଇଛନ୍ତି ତାଙ୍କୁ ଉତ୍ସାହିତ କରିଛନ୍ତି ପୋଲିସ  ନିର୍ଦେଶକଙ୍କ  ୱାଇ ବି. ଖୁରାନିୟl । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣାଞ୍ଚଳ ଡିଆଇଜି ନୀତିଶେଖର,୧୩୬ ବାଟାଲିଆନ କାମାଣ୍ଡେଣ୍ଟ ମାନସ ରଞ୍ଜନ ପଣ୍ଡା, ୨୧ସିବିଏସଏଫ ୧୧୬ଅଜୟ କୁମାର, ଆଇଜିପି ଦୀପକ କୁମାର ଓ କନ୍ଧମାଳ ଏସପି ହରିଶ ବିଶି ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *