ସୋରଡ଼ା ମା କନ୍ଧୁଣି ଦେବୀ ଙ୍କ କଣ୍ଟା ପିଢ଼ା ଯାତ୍ରା ମହୋତ୍ସବ ର ପ୍ରସ୍ତୁତି ବୈଠକ

ସୋରଡ଼ା ମା କନ୍ଧୁଣି ଦେବୀ ଙ୍କ କଣ୍ଟା ପିଢ଼ା ଯାତ୍ରା ମହୋତ୍ସବ ର ପ୍ରସ୍ତୁତି ବୈଠକ

ସୋରଡ଼ା :୦୬/୦୮/୨୫(ନାରାୟଣ ଡାକୁଆ) ଗଞ୍ଜାମ ଜିଲ୍ଲାରେ ସବୁବେଳେ ଯାନିଯାତ୍ରା ଦ୍ଵାରା ସ୍ଥାନୀୟ ଲୋକକଳା ଓ ଭାଇଚାରା ବଜାୟ ରହିବା ଉଧେସ୍ୟରେ ପାଳନ କରାଯାଏ।ଏଥିରୁ ବାଦ ପଡ଼ିନାହିଁ ସୋରଡା ସହର।ଏହି ଅଞ୍ଚଳର ଜନସାଧାରଣ ଧର୍ମୀୟ ବିଶ୍ୱାସର ଜ୍ୱଳନ୍ତ ଉଦାହରଣ ସାହି ଗଳିର ମନ୍ଦିର ମାଲିନୀ ସହର । ଏହି ସହରର ମଧ୍ୟ ଭାଗରେ ବିରାଜିଛନ୍ତି ସୋରଡ଼ା ର ଆରାଧ୍ୟା ଦେବୀ ମା କନ୍ଧୁଣି ଦେବୀ । ମା ଙ୍କ ମନ୍ଦିରକୁ ପ୍ରତ୍ୟେକ ଦିନ କାହିଁ କେତେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସନ୍ତି। ପ୍ରତ୍ୟେକ ବର୍ଷ ସୋରଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା କନ୍ଧୁଣି ଦେବୀଙ୍କ ଯାତ୍ରା ଅନୁଷ୍ଟିତ ହୋଇଥାଏ । ସେଥିମଧ୍ୟରୁ ସୋରଡ଼ାର ମା କନ୍ଧୁଣି ଦେବୀଙ୍କ ଯାତ୍ରା ରୀତିନୀତି ମୁତାବକ ପାଳନ ହେଉଥିବା ବେଳେ ଯାତ୍ରା କମିଟିର ଉଦ୍ୟମ ତଥା ସ୍ଥାନୀୟ ବିଧାୟକ ଶ୍ରୀ ଯୁକ୍ତ ନୀଳମଣି ବିଷୋୟୀ ଙ୍କ ସଭାପତି ଦାୟିତ୍ୱ ନେବା ପରଠାରୁ ମହୋଚ୍ଛବ ଭାବେ ପ୍ରତିବର୍ଷ ଅତି ଧୂମଧାମ ର ସହ ପାଳନ ହୁଏ । ଏହି ଯାତ୍ରାରେ ରାମ ଦୋଳି,ମିନାବଜାର, ସଙ୍ଗୀତ,ନାଚ ଗୀତ ଆସର ଶହ ବିଭିନ୍ନ ଜାଗା ଅର୍ଥାତ ଦେଶର କୋଣ ଅନୁକୋଣରୁ କଳାକାର ମାନେ ଏହି ଯାତ୍ରାରେ ଭାଗ ନେଇ ନିଜର କଳାର ପ୍ରଦର୍ଶନ କରିଥାନ୍ତି ।ଏଣୁ ଚଳିତ ବର୍ଷ ଅର୍ଥାତ୍ ୨୦୨୫ ରେ ସୋରଡ଼ା କୁ ୮୫୦ ବର୍ଷ ପୂରଣ ହେଉଥିବା ବେଳେ ସୋରଡ଼ା ର ଅଧିଷ୍ଠାତ୍ରୀ ଦେବୀ ମା କନ୍ଧୁଣି ଯାତ୍ରା କୁ ୫୫୦ ପୁରାଣ ହେଉଥିବା ହେତୁ ଚଳିତ ବର୍ଷ ଯାତ୍ରାଟି ଧୁମଧାମ ର ସହ ପାଳନ କରାଯିବା ସହିତ

ପାରମ୍ପରିକ ଭାବେ ବିଧି ନିୟମ ମୁତାବକ ଆସନ୍ତା ମାସ 04 ଠାରୁ ଆରମ୍ଭ ହୋଇ ଅକ୍ଟୋବର 14 ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଦ୍ଵାରା ଜନସାଧାରଣଙ୍କୁ ଭାବ ଆଦାନ ପ୍ରଦାନରେ ଯୋଡ଼ି ରଖିବାର ଉଦେଶ୍ୟ ତଥା ମିନା ବଜାର ଆଦିରେ ଲୋକମାନେ ଘର କରଣ। ପାଇଁ ଉପଲବ୍ଧ କରାଇବା ଉଧେସ୍ୟ ପ୍ରଣୋଦିତ।ଏବଂ ସରକାରଙ୍କ ଦ୍ଵାରା ପଲ୍ଲୀଶ୍ରୀ ମେଳା ପୂର୍ବ ପରି ବଡ଼ଦାଣ୍ଡ ରେ ହେବା ପାଇଁ ସ୍ଥିର ହୋଇ ଥିବା ବେଳେ ଆସନ୍ତା ୯ ତାରିଖରେ ପୂର୍ଣ୍ଣମା ଦିନ ସନ୍ଧ୍ୟାରେ ସୁଭଖୁଣ୍ଟି ସଂସ୍ଥାପନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।ଏହି ପ୍ରସ୍ତୁତି ବୈଠକରେ ସୋରଡା ବିଧାୟକ ତଥା ଯାତ୍ରା କମିଟି ସଭାପତି ନୀଳମଣି ବିଷୋୟୀ , ଅତିରିକ୍ତ ତହସିଲଦାର ଦୀନବନ୍ଧୁ ପିଙ୍ଗୁଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଏ ଏସ ଆଇ ଅବିନାଶ କଂହର , ମନ୍ଦିର ଟ୍ରଷ୍ଟି ଶିବ ସୁଆର , ଯାତ୍ରା କମିଟି ସଭ୍ୟ ବୃନ୍ଦ , ବିଜେପି ସୋରଡ଼ା ମଣ୍ଡଳ ସଭାପତି ଭି ଜଗଦୀଶ ରାଜୁ , ଆମେ କଳାକାର ସଂଘ ସଭ୍ୟ , ପ୍ରମୋଦ ଅଧିକାରୀ ସମେତ ଅନ୍ୟାନ୍ୟ ବରିଷ୍ଟ ସମାଜ ସେବୀ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *