କପ୍ତିପଦା ଗୌଡ଼ ଗାଁ ରେ ସଂକ୍ଷିପ୍ତ ଶ୍ରୀମଭାଗ ବତ କଥାମୃତ ଲୋକାର୍ପିତ l
କପ୍ତିପଦା ତା ୨୩/୩ କପ୍ତିପଦା ବ୍ଲକ ଅନ୍ତର୍ଗତ ଗୌଡ଼ ଗାଁ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଡ଼ ଶ୍ରୀହରି ପଣ୍ଡା ଙ୍କ ଆଲୋଚିତ ସଂକ୍ଷିପ୍ତ ଶ୍ରୀମଦ ଭାଗବତ ପୁସ୍ତକ ଲୋକାର୍ପିତ ଉତ୍ସବ ର ସଭାପତି ଆଚାର୍ଯ୍ୟ ବିଜୟ କୁମାର ବ୍ରାହ୍ମଚାରୀ ଙ୍କ ସଭାପତିତ୍ୱରେ ମହାନ ଧାର୍ମିକ ଶ୍ରୀମଭାଗବତ ଶୁଭ ଲୋକାର୍ପଣ ହୋଇଯାଇଛି l ପ୍ରାରମ୍ଭରେ କର୍ମକାଣ୍ଡ ବିଶାରଦ ଧୂରୀଣ ପ୍ରତିଭାଧାରୀ ପିତାମ୍ବର ପଣ୍ଡା ତାଙ୍କ ବକ୍ତବ୍ୟ ରେ କହିଲେ ଯେ ଏହି ପୁସ୍ତକ ବହୁ ଭାଗବତ ପ୍ରେମୀ ମାନଙ୍କୁ ନିଶ୍ଚିତ ଭାବରେ ଦିଗଦର୍ଶନ ଦେବ ଏଥିରେ ସନ୍ଦେହ ର ଅବକାଶ ନାହିଂ l ଉକ୍ତ ପୁସ୍ତକ ଭାଗବତ ମହାପୁରାଣ ସମ୍ପର୍କରେ ଅନେକ ଗୁଢ ତ୍ବତ୍ତ୍ୱ ଭାଗବତ ପିପାସୁ ମାନଙ୍କ ଜ୍ଞାନ ଆହୋରଣ କରିବା ଦିଗରେ ଏହାୟକ ହେବ l

ପରେ ପରେ ଡ଼ ଶ୍ରୀହରି ପଣ୍ଡା ପୁସ୍ତକ ରଚନା ର ଆଭିମୁଖ୍ୟ ଓ ସମାଜରେ ତାର ପ୍ରଭାବ ସମ୍ପର୍କ ରେ ଆଲୋକପାତ କରି ଉପସ୍ଥିତ ସମସ୍ତ ଜ୍ଞାନ ପିପାସୁ ମାନଙ୍କ ମଧ୍ୟ ରେ ଆବେଗ ର ମଳୟ ପବନ ପ୍ରବାହିତ କରି ପାରିଥିଲେ l ଆଜିର ଦିନରେ ଏଭଳି ପୁସ୍ତକ ର ଆବଶ୍ୟକତା ଏକାନ୍ତ ଆବଶ୍ୟକ ବୋଲି ମନେହୁଏ l ଏହି ଲୋକାର୍ପଣ ଉତ୍ସବ ଆଖ ପାଖରୁ ଅନେକଶ୍ରଦ୍ଧାଳୁ ଉପସ୍ଥିତ ଥିଲେ l ପରି ଶେଷ ରେ କଥା ମୃତ ର ଲେଖିକା ଶ୍ରୀମତୀ ବିଦ୍ୟୁତ ଲତା ପଣ୍ଡା ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
