କପ୍ତିପଦା ଉପଖଣ୍ଡସ୍ତରୀୟ ବ୍ରାହ୍ମଣ ମହାସଭାର ଜରୁରୀ ବୈଠକ
ଉଦଳା ୨୭/୪ – ଉଦଳା ମହାବିଦ୍ୟାଳୟ ନିକଟସ୍ଥ ଭୈରବ ଶଙ୍କର ମହାଦେବ ପ୍ରାଙ୍ଗଣରେ ସଂଘର ଉପସଭାପତି ଗିରିଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସଂଘର ସମ୍ପାଦକ ରଞ୍ଜନ କୁମାର ପ୍ରହରାଜ ପୂର୍ବଅଧିବେଶନର ବିବରଣୀ ପାଠ କରି ସଂଘର ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ସଂଘର ସଭାପତିଙ୍କ ଆହ୍ୱାନ କ୍ରମେ ଜାମୁ କାଶ୍ମୀରସ୍ଥିତ ପହଲଗ୍ରାମ୍ ଠାରେ ହୋଇଥିବା ନରସଂହାରରେ ପ୍ରାଣହାନୀ ଘଟିଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଅଛି । ମୟୂରଭଞ୍ଜ ଜିଲ୍ଲା ବ୍ରାହ୍ମଣ ମହାସଭାର କୋଷାଧ୍ୟକ୍ଷ ଅଚ୍ୟୁତ ପ୍ରସାଦ ମହାପାତ୍ରଙ୍କ ପୁଦ୍ର ଦୀପକ ପ୍ରସାଦ ମହାପାତ୍ରଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରି ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଉକ୍ତ ଆଲୋଚନା ଚକ୍ରରେ ସଂଘର ସଭାପତି ସତ୍ୟବ୍ରତ ମିଶ୍ର, ସଂପାଦକ ରଞ୍ଜନ କୁମାର ପ୍ରହରାଜ, ଡ. ଶ୍ୟାମ ସୁନ୍ଦର ପଣ୍ଡା, ରଜତ୍ କୁମାର ପଣ୍ଡା ଓ ରମାନାଥ ପାଣିଗ୍ରାହୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ ବୈଠକରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମନୋରଞ୍ଜନ ପତି, ଧିରେନ୍ଦ୍ର ନାଥ ପଣ୍ଡା, ଚକ୍ରଧର ପଣ୍ଡା, ଭାସ୍କର ଚନ୍ଦ୍ର ପଣ୍ଡା, ପ୍ରଭାକର ପଣ୍ଡା, ମନ୍ମୟ କୁମାର ପ୍ରହରାଜ, ଦିଲ୍ଲୀପ୍ କୁମାର ଦାଶ, ସୁବାଶିଷ ମିଶ୍ର, ସର୍ବେଶ୍ୱର ମହାପାତ୍ର, ସରୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସର୍ବଶେଷରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
