କରଣ ସାହି କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଉଦଯାପିତ

ବ୍ରହ୍ମପୁର, ଅଦ୍ୟ ତା -18/02/2025 ରିଖ ମଙ୍ଗବାର ଦିନ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥୀମିକ ବିଦ୍ୟାଳୟ କରଣ ସାହି ଠାରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା CRCC ଅନୁଜ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ କରଣ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଳକା ଶତପଥୀ ସଭାପତିତ୍ୱ କରିଥିଲେ l ରଙ୍ଗେଈଲୁଣ୍ଡା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆଜିକାର ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ମହାନଗର ନିଗମ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ରାଜେଶ କୁମାର ତାରିଣୀ,ସମ୍ମାନୀତ ଅତିଥି ରୂପେ ରଙ୍ଗେଈଲୁଣ୍ଡା ABEO ଶ୍ରୀଯୁକ୍ତ ଜଗନ୍ନାଥ ଭୂୟାଁ, ABEO ଶ୍ରୀଯୁକ୍ତ ସୁକାନ୍ତ କୁମାର ଜେନା, ABEO ଶ୍ରୀମତୀ କୁସୁମ ପାଢ଼ୀ, ବ୍ରହ୍ମପୁର ମହାନଗର ନିଗମ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଶ୍ରୀଯୁକ୍ତ ଅବନୀ କୁମାର ପାଢ଼ୀ, ରାମlଧୀନ ସଂସ୍କୃତ ମହାବିଦ୍ୟାଳୟ ର ପ୍ରଧାନ ଆଚlର୍ଯ୍ୟ ଶ୍ରୀଯୁକ୍ତ ରବି ନାରାୟଣ ପଟ୍ଟନାୟକ, ବ୍ରହ୍ମପୁର ମହାନଗର ନିଗମ WARD NO- 10 ର କର୍ପୋରେଟର ଶ୍ରୀଯୁକ୍ତ ଚିତ୍ରସେନ ମହାପାତ୍ର,ଉତ୍କଳମଣି କ୍ଲଷ୍ଟର CRCC ଶ୍ରୀମତୀ ମଧୁସ୍ମିତା ଦେବୀ,ସୁବୁଦ୍ଧି ଦେବୀ କ୍ଲଷ୍ଟରର CRCC ଶ୍ରୀମତୀ ୟୁ. ଭାରତୀ, ଚାଚା ନେହେରୁ କ୍ଲଷ୍ଟର CRCC ଶ୍ରୀଯୁକ୍ତ ବାଙ୍କ ପ୍ରଧାନ, ଆଙ୍କୁଲି କ୍ଲଷ୍ଟର CRCC ଶ୍ରୀଯୁକ୍ତ ଏ. ଭଗବାନ, ରଙ୍ଗିପୁର କ୍ଲଷ୍ଟର CRCC ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ପଣ୍ଡା, ଶାସନପଦର କ୍ଲଷ୍ଟର CRCC ଶ୍ରୀଯୁକ୍ତ ସୁରେଶ ଶବର, ଉକ୍ତ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀମତୀ ସରସ୍ବତୀ ମହାପାତ୍ର, ଯୋଗ ଦେଇଥିଲେ l ଉକ୍ତ କ୍ଲଷ୍ଟର ଅନ୍ତର୍ଗତ ନଅଟି ପ୍ରାଥମିକ ବିଦ୍ୟାଳୟର FLN GRADE ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାର୍ଥୀ, ଅଭିଭାବକ ଉପସ୍ଥିତ ଥିଲେ l

ପ୍ରକାଶ ଥାଉକି ଏହି ମେଳlର ମୁଖ୍ୟ ଉଦ୍ଧେଶ୍ୟ ହେଲା ଶିଶୁମାନେ ତୃତୀୟ ଶ୍ରେଣୀ ଉତୀର୍ଣ୍ଣ ବେଳକୁ ସଂଖ୍ୟା ଜ୍ଞାନ ଓ ଭାଷା ଜ୍ଞାନ ରେ ନିପୁଣତା ହାସଲ କରିବା ସହ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଲାଭ କରିବେ l ଉକ୍ତ କାର୍ଯ୍ୟକ୍ରମ ରେ ରାମlଧୀନ ସଂସ୍କୃତ ମହାବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର ବେଦପାଠ କରିଥିବା ବେଳେ FLN GRADE ର ସମସ୍ତ DEDICATED ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ତରୀୟ ଓ ପ୍ରସଂଶା ପତ୍ର ଦେଇ ଗୋଷ୍ଠି ଶିକ୍ଷା ଅଧିକାରୀ ସମ୍ମାନୀତ କରିଥିଲେ l ତତସହିତ FLN GRADEର ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା l ସ୍ଥାନୀୟ ବିଦ୍ୟାଳୟର ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ପୌରପାଳିକା ଉଚ୍ଚ ବିଦ୍ୟାଳୟ, ପୁରୁଣା ବ୍ରହ୍ମପୁରର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଗିରିଜା ଶଙ୍କର ପଣ୍ଡା, ଶ୍ରୀଯୁକ୍ତ ପରମେଶ୍ୱର ପାଣିଗ୍ରାହୀ ଓ ବ୍ରିଟ କଲୋନୀ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଅଭିଷେକ ମିଶ୍ର ସମ୍ପୂର୍ଣ ସହଯୋଗ କରି ଆଜିର ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l ପରିଶେଷରେ ଉକ୍ତ କ୍ଲଷ୍ଟରର CRCC ଶ୍ରୀଯୁକ୍ତ ଅନୁଜ କୁମାର ପ୍ରଧାନ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ବିଦ୍ୟାର୍ଥୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭାପତି ଶ୍ରୀମତୀ ଅଳକା ଶତପଥୀ ସଭା ସାଙ୍ଗ କରିଥିଲେ l

Leave a Reply

Your email address will not be published. Required fields are marked *