କର୍ଣ୍ଣାଟକରେ ୧୪ ଦିନ ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା କଲେ ସରକାର
ବେଙ୍ଗାଲୁର : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ .ୟେଦୁରପ୍ପା ଆଜି ସମ୍ପୁର୍ଣ୍ଣ ରାଜ୍ୟରେ ୧୪ ଦିନିଆ ଲକ୍ଡାଉ ନେଇ ଘୋଷଣା କରିଛନ୍ତି ଯାହା ଆସନ୍ତା କାଲିଠାରୁ ଲାଗୁ ହେବ । ରାଜ୍ୟରେ ଦୃତ ଗତିରେ ବଢୁଥିବା କରୋନା ସଂକ୍ରମଣରେ ରୋକ ଲଗାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୩୪,୦୦୦ ନୁଆ ମାମଲା ଚିହ୍ନଟ ହୋଇଛି । ଆଜି ସକାଳେ କ୍ୟାବିନେଟ ବୈଠକରେ ରାଜ୍ୟରେ ଲକ୍ଡାଉନ୍ ଲାଗିବା ଉପରେ ମୋହର ଲାଗିଥିଲା ।
ମୁଖ୍ୟମନ୍ତ୍ରି ୟେଦୁରପ୍ପା କହିଛନ୍ତି ଯେ ସମସ୍ତ ମନ୍ତ୍ରୀ ଏବଂ ବିଭିନ୍ନ ବିଶେଷଜ୍ଞ ମାନଙ୍କ ସହିତ ଅଲୋଚନା କରିବା ପରେ ସରକାର ଏହି ନିଷ୍ପତି ନେଇଥିବା ପ୍ରେସ୍ ମିଟରେ କହିଛନ୍ତି । ଲୋକମାନଙ୍କୁ ସକାଳ ୬ରୁ ୧୦ ଟା ପର୍ଯ୍ୟନ୍ତ ଆବଶ୍ୟକ ସାମଘ୍ରୀ କ୍ରୟ କରିବାକୁ ଚାଡ ମିଳିବା ନେଇ ସେ ସୂଚନା ଦେଇଛନ୍ତି ।
