କେ.ସି କ୍ଲବର ସଡ଼କ ସଚେତନତା ବାଇକ ରାଲି ଅନୁଷ୍ଠିତ
ନୟାଗଡ ତା ୨୪. ୧୧. ସମଗ୍ର ଦେଶରେ ଚାଲିଥିବା ଶୂନ ମୃତାହତ ପକ୍ଷ ଅବସରରେ ଜିଲ୍ଲାର ସର୍ବପୁରାତନ କେ.ସି କ୍ଲବ ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କିତ ଏକ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି |ଏହି ରାଲିକୁ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି ଉଦଘାଟନ କରିଥିବାବେଳେ ଟ୍ରାଫିକ ଇନ୍ସପେକ୍ଟର ସ୍ୱୟଂପ୍ରଭା ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ |ଏହି ରାଲି ସମଗ୍ର ସହର ପରିକ୍ରମା କରି ମହୀପୁର ଠାରେ ସମାପ୍ତ ହୋଇଥିଲା |ଏହି ଅବସରରେ କ୍ଲବର ସଭାପତି ଭାଗିରଥି ଦାସଙ୍କ ସଭାପତିତ୍ୱରେ ବିଭିନ୍ନ ଜାଗାରେ ଅନୁଷ୍ଠିତ ପଥପ୍ରାନ୍ତ ସଚେତନତା ସଭାକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ କ୍ଲବର ବହୁ ସଭ୍ୟ ଯୋଗଦେଇ ଏହି ବାଇକ ଶୋଭାଯାତ୍ରା ଜନିତ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ |
