ଧରା ହେଲେ ୨ ଡ଼କାୟତ

ଧରା ହେଲେ ୨ ଡ଼କାୟତ, ଜଣେ ଫେରାର (ଫୋଟୋ ) ଟିଟିଲାଗଡ଼, ୧୫/୭ (ନି. ପ୍ର ) ଟିଟିଲାଗଡ଼ ସହର ମଧ୍ୟରେ ଏକ ଡକାୟତି ଘଟଣାର ୪୮ ଘଣ୍ଟା ନପୂରୁଣୁ ଟିଟିଲାଗଡ଼ ପୁଲିସ ଦୁଇ ଡକାୟତଙ୍କୁ କାବୁ କରିବା ଉତ୍ସାହର ବିଷୟ ହୋଇଛି l ଏନେଇ ମଙ୍ଗଳବାର ଅପରାହ୍ନରେ ଟିଟିଲାଗଡ଼ ଥାନା ପରିସରରେ ପୁଲିସ ଏସଡ଼ିପିଓ ଯଶୋବନ୍ତ ପ୍ରଧାନୀ ଏବଂ ଆଇଆଇସି କଲ୍ୟାଣୀ ବେହେରା ବିଷଦ ସୂଚନା ଦେଇଛନ୍ତି l ସୂଚନା ମତେ ରାୟଗଡା ଜିଲା ବିଶମକଟକ ଥାନା ଅନ୍ତର୍ଗତ ଖମ୍ବେଶି ଗ୍ରାମର କୈଳାସ କନ୍ଧପାଣି ଏବଂ ବଳରାମ କନ୍ଧପାଣି ଛତିଶଗଡର ବିଳାସପୁରରେ ସପୁରୀ ବିକ୍ରୟ କରି 50 ହଜାର ଟଙ୍କା ନଗଦ ଧରି ଟିଟିଲାଗଡ଼ ରେଳ ଜଙ୍କସନରେ ପହଞ୍ଚିଥିଲେ l ଉଭୟେ ଟିଟିଲାଗଡ଼ ବସଷ୍ଟାଣ୍ଡରୁ କୌଣସି ବସ ଧରି ନିଜ ଗ୍ରାମକୁ ଫେରିବାକୁ ଲୋକଙ୍କୁ ପଚରାଉଚୁରା କରିଥିବା ବେଳେ ଦୁର୍ବୁତ୍ତ ତାଙ୍କୁ ଏକ ନିଛାଟିଆ ରାସ୍ତା ଦେଖାଇ ବାଟରେ ଛୁରି ଦେଖାଇ ସେମାନଙ୍କ ଠାରୁ ସମସ୍ତ ଟଙ୍କା ଏବଂ ମୋବାଇଲ ଫୋନ ଲୁଟି ନେଇଥିଲେ l ଏନେଇ ପୀଡିତ ଟିଟିଲାଗଡ଼ ଥାନାରେ ଅଭିଯୋଗ ପରେ ପୁଲିସ ସିସିଟିଭି ସହାୟତାରେ ଅଭିଯୁକ୍ତଙ୍କୁ ଟ୍ରାକ କରି ଦୁଇ ଜଣ ଦୁର୍ବୁତ୍ତ ବୋଲହରି ବାଗ, ଅଭିଷେକ ନାଗକୁ ଗିରଫ କରିଛି l ଅଭିଯୁକ୍ତଙ୍କ ଠାରୁ ୧୬ ହଜାର ୨ ଶହ ଟଙ୍କା ନଗଦ ସହ ଏକ ମୋବାଇଲ ଫୋନ ଜବତ ହୋଇଛି l ଜଣେ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି l ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l ଏନେଇ ଆଇଆଇସିଙ୍କ ନେତୃତ୍ୱରେ ଗଠିତ ତଦନ୍ତ କମିଟିରେ ଏସଆଇ କେକେ ଜାନି, କେଏସ ମାଝୀ, ଏଏସଆଇ ଏମକେ ବିଶି, କନଷ୍ଟେବଲ ସୁରଜ ଦୀପ, ନେତ୍ରା ନାଗ ପ୍ରମୁଖ ସାମିଲ ଥିଲେ l

Leave a Reply

Your email address will not be published. Required fields are marked *