ଜୟ ଶ୍ରୀରାମ ଧ୍ଵନି ରେ ଝୁମିଲେ କେସିଙ୍ଗା ବାସି

ଅଯୋଧ୍ୟା ରେ ନବନିର୍ମିତ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କୁ ନେଇ ସାରା ଦେଶ ଉତ୍ସବ ମୁଖର ହୋଇଥିଲା ।ଗାଁ ଠୁ ସହର ସବୁ ଆଡେ ରାମ ଭକ୍ତି ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ସୋମବାର ଦିନ ଭୋର ୪ ଟାରୁ ବିଭିନ୍ନ ଭକ୍ତିମୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଭୋର ଭୋର କେସିଙ୍ଗା ହରିମଣ୍ଡଲି ପକ୍ଷ ରୁ ସାରା ସହର ରେ ପ୍ରଭାତ ଫେରି ଅନୁଷ୍ଟିତ ହୋଇଥିଲା ପରେ ସହରର ରାସ୍ତା କଡ଼ରେ ଥିବା ସମସ୍ତ ଦୋକାନ ରେ ରାମ ଭକ୍ତ ମାନେ ବୁଲି ବୁଲି ମିଷ୍ଟାନ୍ନ ବଣ୍ଟନ କରିଥିଲେ। ସକାଳ ୮ ଟାରୁ ଜୟ ଅମ୍ଭେ ଗୋଲ୍ଡ ଆର୍ଟ ଦୋକାନ ସମ୍ମୁଖରେ ରାମଲଲ୍ଲା ପ୍ରାଣ ପ୍ରତିଷ୍ଠା ସମିତି ପକ୍ଷରୁ ସମସ୍ତ କେସିଙ୍ଗା ସହର ବାସୀ ତଥା ଅନ୍ୟ ମାନଙ୍କ ପାଇଁ ପାନୀୟ ଜଳ ସହିତ ଜଳଖିଆ ର ସୁବ୍ୟବସ୍ଥା କରାଯାଇ ଥିଲା।ସେହିପରି କେସିଙ୍ଗା ରେଳ ଷ୍ଟେସନ ବ୍ୟବସାୟୀ ସଂଘ ପକ୍ଷରୁ ଦିନ ତମାମ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।ସକାଳ ଜଳଖିଆ ରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ପ୍ରସାଦ ସେବନ ର ବ୍ୟବସ୍ଥା କରି ଥିଲେ।

କେସିଙ୍ଗା ରାମଲଲ୍ଲା ପ୍ରାଣ ପ୍ରତିଷ୍ଠା ସମିତି ପକ୍ଷରୁ ଜଗନ୍ନାଥ ସ୍କୁଏର ରେ ପ୍ରଭୁ ରାମଙ୍କ ୨୭ ଫୁଟ ର ଏକ ବିରାଟ କଟଆଉଟ୍ ସହରର ରାମ ଭକ୍ତ ଙ୍କୁ ଆନନ୍ଦିତ କରିଥିଲା।ସେହିପରି ସକାଳ ୧୦ ଘଣ୍ଟା ରୁ ଜଗନ୍ନାଥ ସ୍କୁଏର ପରିସରରେ ରଙ୍ଗୋଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା।ତିନି ଜଣ କୃତି ପ୍ରତିଯୋଗୀ ଙ୍କୁ କମିଟି ପକ୍ଷରୁ ପୁରସ୍କାର ପ୍ରଦାନ କରିବା ସହିତ ଅନ୍ୟ ସମସ୍ତ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।ଅପରାହ୍ନ ୩ ଘଣ୍ଟା ସମୟରେ କେସିଙ୍ଗା ଗୌରୀଶଙ୍କର ମନ୍ଦିର ଠାରୁ ଜଗନ୍ନାଥ ସ୍କୁଏର ପର୍ଯ୍ୟନ୍ତ ବିରାଟ ଶୋଭା ଯାତ୍ରା ରେ ହଜାର ହଜାର ସଂଖ୍ୟା ରେ ରାମ ଭକ୍ତ ବାଜା ,ଖଞ୍ଜଣି, ଡିଯେ ,ହରିବୋଲ ହୁଳହୁଳି, ଓ ଜୟ ଶ୍ରୀରାମ ଧ୍ୱନି ରେ ସମଗ୍ର ସହର ବାସି ଝୁମିଥିଲେ ।ସନ୍ଧ୍ୟା ରେ ଜଗନ୍ନାଥ ସ୍କ୍ୱଏର ଠାରେ ୫୧୦୦ ଦୀପ ପ୍ରଜ୍ବଳନ କରି ପ୍ରଭୁ ଶ୍ରୀରାମ ଙ୍କ ନିକଟରେ କେସିଙ୍ଗା ବାସୀ ଙ୍କ ତରଫରୁ ଆଶୀର୍ବାଦ ଭିକ୍ଷା କରାଯାଇଥିଲା।ସହର ର ଆମ୍ବଜୀ ମନ୍ଦିର କମିଟି ,ଗୌରୀ ଶଙ୍କର ମନ୍ଦିର କମିଟି ,ରେଳ ଷ୍ଟେସନ ବ୍ୟବସାୟିକ ସଂଘ ତରଫ ରୁ ମଧ୍ୟ ଆଧ୍ୟାତ୍ମିକ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ କରାଯାଇଥିଲା ।ସନ୍ଧ୍ୟା ରେ ଜଗନ୍ନାଥ ସ୍କୁଆର୍ ଠାରେ ଅନୁଷ୍ଠିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ବହୁଳ ମାତ୍ର ରେ ଲୋକ ଯୋଗ ଦାନ କରି ରାମ ଭକ୍ତି ଭଜନ ରେ ନାଚୁଥିବା ଦେଖିବାକୁ ମିଳିଥିଲା ।ଏତେ ସଂଖ୍ୟା ରେ ଲୋକଙ୍କ ଗହଳି ଏକ ପ୍ରକାର ର ମେଳା ସଦୃଶ ଦେଖାଯାଇଥିଲା ।

କେସିଙ୍ଗା ରୁ ମହେଶ୍ୱର ମାଝୀ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ୍।

Leave a Reply

Your email address will not be published. Required fields are marked *