କେନ୍ଦ୍ର ର ଚାଉଳ ବଣ୍ଟନ ବେଳେ ନବୀନ ଙ୍କ ବ୍ୟାଗ୍ ବଣ୍ଟନ କୁ ବିରୋଧ କଲା କେସିଙ୍ଗା ବିଜେପି
କେନ୍ଦ୍ର ର ଚାଉଳ ବଣ୍ଟନ ବେଳେ ନବୀନ ଙ୍କ ବ୍ୟାଗ୍ ବଣ୍ଟନ କୁ ବିରୋଧ କଲା କେସିଙ୍ଗା ବିଜେପି ।ସାଧାରଣ ନିର୍ବାଚନ ପାଖେଇ ଆସିଲାଣି ତ ସହିତ ରାଜ୍ୟ ରାଜନୀତି ମଧ୍ୟ ଧୀରେ ଧୀରେ ସରଗରମ ହୋଇଉଠିଛି ।ନିଜ ନିଜ ଦଳ ର ପ୍ରଚାର ପ୍ରସାର ରେ ଲାଗିଗଲେଣି ରାଜ୍ୟ ର ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡ଼ି ।ଆଜି ଏହି ପ୍ରଚାର ପ୍ରସାର ମଧ୍ୟ ରେ ଏକ ନୂଆ ରୂପ ଦେଖିବାକୁ ମିଳିଛି କେସିଙ୍ଗା ଏନ୍ ଏ ସି ରେ ।ଆଜି ସକାଳୁ କେସିଙ୍ଗା ଏନ୍ ଏ ସି ଚାଉଳ ବଣ୍ଟନ କେନ୍ଦ୍ର ରେ କେନ୍ଦ୍ର ସରକାର ଙ୍କ ତରଫ ରୁ ଦିଆଯାଉଥିବା ଚାଉଳ ଲୋକଙ୍କୁ ପ୍ରଦାନ କରାଯାଉଥିବା ବେଳେ ,ରାଜ୍ୟ ସରକାର ଙ୍କ ତରଫ ରୁ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଯେଉଁ ବ୍ୟାଗ୍ ପ୍ରଦାନ କରାଯାଇଥିଲା ,ତାହାକୁ ବିରୋଧ ବିରୋଧ କରିଛନ୍ତି କେସିଙ୍ଗା ବିଜେପି କର୍ମୀ ।କେସିଙ୍ଗା ବିଜେପି ର କର୍ମୀ ମାନେ ଚାଉଳ ବଣ୍ଟନ କେନ୍ଦ୍ର କୁ ଯାଇ ଲୋକଙ୍କୁ ବୁଝାଇବା ସହିତ ,ବ୍ୟାଗ୍ ବଣ୍ଟନ କୁ ବନ୍ଦ କରିଥିଲେ ।ଏଥି ପାଇଁ ଚାଉଳ ବଣ୍ଟନ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।ଯଦି ଚାଉଳ କେନ୍ଦ୍ର ସରକାର ପ୍ରଦାନ ଯାଉଚି କାହିଁକି ରାଜ୍ୟ ସରକାର ନିଜ ବ୍ୟାଗ ଦେଇ ଲୋକଙ୍କୁ ଭୁଆଁ ବୁଆଲାଉଚି ବୋଲି ପ୍ରଶ୍ନ କରିଛି ବିଜେପି ।
