ଖଜୁରୀପଡ଼ା ବ୍ଲକ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଫୁଲବାଣୀ:ନିପ୍ର:-୧୧/୦୯ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ସରକାରଙ୍କର ୧୧ ଗୋଟି ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା l ସେଗୁଡିକହେଲା ସ୍ୱାସ୍ଥ୍ୟ ଓ ପ୍ରାଣୀ ଚିକିତ୍ସା,ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଓ ସାଧାରଣ ବଣ୍ଟନ, ଗ୍ରାମ୍ୟ ବିଦ୍ୟୁତ କରଣ ଓ ବିଦ୍ୟୁତ ଯୋଗାଣ, ଶିଶୁବିକାଶ ଯୋଜନା /ସମାଜ ମଙ୍ଗଳ ଓ ସୁରକ୍ଷା କାର୍ଯ୍ୟକ୍ରମ, କୃଷି ଏବଂ ଉଦ୍ୟାନ ଓ ମତ୍ସ୍ୟଚାଷ, ଜଳସେଚନ /ମୂର୍ତ୍ତିକା ସଂରକ୍ଷଣ ଓ ଜଙ୍ଗଲ, ଶିକ୍ଷା ଓ ମଧ୍ୟାନ ଭୋଜନ,ଗ୍ରାମ୍ୟ ଜଳ ଯୋଗାଣ,ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ କାର୍ଯ୍ୟକ୍ରମ, ଦାରିଦ୍ର ଦୂରୀକରଣ,ମିଶନଶକ୍ତି,ଆଦିବାସୀ ଉନୟନ୍ନ ବିଭାଗ ଓ ସ୍ୱତନ୍ତ୍ର ଉନ୍ନୟନ ଏବଂ ଅନ୍ୟାନ୍ୟ ପ୍ରମୁଖ ବିଭଗ ଗୁଡ଼ିକର ଅଗ୍ରଗତି ଓ ସ୍ଥିତି ଏବଂ ଉନ୍ନତି ଉପରେ ଉପସ୍ଥାପନା କରାଯାଇ ଆଲୋଚନା କରାଗଲା l ବୈଠକଟି ବିଡ଼ିଓ ଶୁଭ ଦତ୍ତାତ୍ରୟ ବାହିନୀପତି ଙ୍କ ଅଧ୍ୟକତା ରେ ଅନୁଷ୍ଠିତ ହୋଇଥିବାବେଳେ ମୂଖ୍ୟ ଅତିତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଯୋଗଦେଇ ଉଦଘାଟନ କରିଥିଲେ l ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଉପାଧ୍ୟକ୍ଷା,ଦୁଇ ଜୁନର ଜିଲ୍ଲାପରିଷଦ ଉର୍ବଶୀ ଦିଗାଲ,ମମତା ମଲିକ,ସହକାରୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଖାଡ଼ଙ୍ଗା,ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା,ବିଧାୟକ ପ୍ରତିନିଧି ଅନନ୍ତ ଦିଗାଲ ସମେତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ, samitisabhy/ସଭ୍ୟା ଓ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ l ଅନ୍ୟ ମାନେ କହିବା ପୂର୍ବରୁ ନିଜ ଦାୟିତ୍ୱକୁ ନିଜେ ସୁଚାରୁ ରୂପେ ତୁଲାଇବାକୁ ଉପସ୍ଥିତ ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ବିଧାୟକ ସିଧା ସଳଖ ନିର୍ଦେଶ ଦେଇଥିଲେ ଓ କାର୍ଯ୍ୟରେ ଅବହେଳାକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦେଇଥିଲେ l ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇଲେ ଯୋଜନାର ସଫଳ ହୋଇପାରିବ ସମସ୍ତ ଯୋଜନାରୁ ଯେମିତି କେହି ବଞ୍ଚିତ ରହିବେ ନାହିଁ ବୋଲି ବିଧାୟକ ପରାମର୍ଶ ଦେଇଥିଲେ l ନିୟମିତ ଭାବେ ବ୍ଲକର ପ୍ରତ୍ୟକ ପଞ୍ଚାୟତ ଗ୍ରାମକୁ ବିଡିଓ ଶ୍ରୀ ବାହିନୀପତି ଗସ୍ତକରି ସରକାରୀ ଉନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ତଦାରଖ କରିବା ସହିତ ସମୀକ୍ଷା କରି ଲୋକଙ୍କୁ ଅଭିଯୋଗ ଗୁଡ଼ିକୁ ସମାଧାନ କରି ବ୍ଲକଟିକୁ Strict ଭାବେ ତୁଲାଉଥିବାରୁ ସେଭଳି କୌଣସି ଅସନ୍ତୋଷ ପ୍ରକାଶ ନପାଇ ଶାନ୍ତି ଶୃଙ୍ଖଳାରେ ବୈଠକ ସମାପ୍ତ ହୋଇଥିଲା l କାର୍ଯ୍ୟକ୍ରକୁ ଅତିରକ୍ତ ଗ୍ରାମପଞ୍ଚାୟତ ସାମ୍ପ୍ରସାରାଣ ଅଧିକାରୀ ମହେଶ ପଟ୍ଟନାୟକ ପରିଚାଳନା କରିଥିଲେ l ଶେଷରେ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ l

Leave a Reply

Your email address will not be published. Required fields are marked *